ୱାରେଣ୍ଟ୍ ଖିଲାଫକାରୀଙ୍କୁ ଧରିବାକୁ ସ୍ବତନ୍ତ୍ର ଅଭିଯାନ:ପୁଲିସ୍ ହାତରେ ପଡ଼ିଲେ ୯ଜଣ

0 1

ବାରିପଦା(ଦିଲ୍ଲୀପ ମହାନ୍ତି) : ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକ୍ରମ‌େ ୱାରେଣ୍ଟ୍ ଖିଲାପକାରୀଙ୍କୁ ଧରିବାକୁ ଜିଲ୍ଲାରେ ସ୍ବତନ୍ତ୍ର ଅଭିଯାନ ଜାରି ରହିଛି। ଏହି କ୍ରମରେ ବାରିପଦା ଟାଉନ୍ ଥାନା ପୁଲିସ ପକ୍ଷରୁ ୯ଜଣଙ୍କୁ ଧରାହୋଇଛି। ପୁଲିସ ହାତରେ ପଡ଼ିଥିବା ୯ ଖିଲାପକାରୀ ହେଉଛନ୍ତି ବାସନ୍ତୀ ସିଂ, ଜଗନ୍ନାଥ ସିଂ, ଗୁର ସିଂ, ରବି ପାତ୍ର ଓରଫ୍ ବାବୁ,  ସୁନ୍ଦର ମୋହନ ସିଂ, ପ୍ରକାଶ ବିଶ୍ବାଳ ଓରଫ୍ ସାନୁ, ଗଣେଶ୍ବର ବିଶ୍ବାଳ, ଆଶିଷ ଦାସ ଓରଫ୍ ଲିକୁ ଏବଂ ଅଜୟ ମୁଖୀ ଓରଫ୍ ଗୁଲ୍ଟୁ। ତେବେ ଏମାନଙ୍କ ମଧ୍ୟରୁ ବାସନ୍ତୀ, ଜଗନ୍ନାଥ, ଗୁର ଏବଂ ରବି ପାତ୍ରଙ୍କ ୱାରେଣ୍ଟ୍ ବିଭିନ୍ନ କାରଣରୁ ତାମିଲ ହୋଇଥିବା ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। ଚଳିତ ମାସ ୭ରୁ ଆରମ୍ଭ ହୋଇଥିବା ଏହି ସ୍ବତନ୍ତ୍ର ଅଭିଯାନ ଆସନ୍ତାକାଲି ଶେଷ ହେବ।

 

Leave A Reply

Your email address will not be published.