ଚୁପକା ଗ୍ରାମରେ ସହଜ ଜନ ସେବା କେନ୍ଦ୍ର କର୍ମଚାରୀଙ୍କ ପାଖରୁ ଦୁର୍ବୃତ୍ତଙ୍କ  ଲୁଟ ଘଟଣା,  ଆଉ ଜଣେ ଫେରାର ଅଭିଯୁକ୍ତ ଗିରଫ ।

0

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ତ୍ରିବଣପୁର ପଞ୍ଚାୟତ ଅନ୍ତର୍ଗତ ଚୁପୁକା- ତ୍ରିବଣପୁର ରାସ୍ତାର   କୁମ୍ଭାରମୁଣ୍ଡା ନିକଟରେ ଗତ ଫେବୃଆରୀ ୧୭ ତାରିଖ ଦିନ  ତ୍ରିବଣପୁର ଠାରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କର ସହଜ ଜନ ସେବା କେନ୍ଦ୍ରର କର୍ମଚାରୀଙ୍କ ଠାରୁ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ଓ ଭୁଜାଲି ଦେଖାଇ ପ୍ରାୟ ୮୦ ହଜାର ଟଙ୍କା, ୨ ଟି ମୋବାଇଲ ,ସ୍ୱାପ ମେସିନ, ପାନ କାର୍ଡ ଓ ଏଟିଏମ କାର୍ଡ ଆଦି ଲୁଟି ନେବାରେ ସକ୍ଷମ ହୋଇଥିଲେ। ଏହି ଘଟଣାରେ ରେଢାଖୋଲ ପୋଲିସ ଉକ୍ତ ଲୁଟ ଘଟଣା ଧରିବାରେ ସକ୍ଷମ  ହୋଇ ଛନ୍ତି। ଏହି ଘଟଣାରେ ପୋଲିସ ଗତ ୫ ତାରିଖ ଦିନ ୩ ଅଭିଯୁକ୍ତଙ୍କୁ ଗିରଫ କରି ଜେଲ ପଠାଇ ସାରି ଥିବା  ବେଳେ ଗିରଫ ଅଭିଯୁକ୍ତ ମାନଙ୍କ ପାଖରୁ ପୋଲିସ ୧୩ ହଜାର ଟଙ୍କା, ଲାପଟପ ଚାର୍ଜର, ମାଉସ, ଖଣ୍ଡା, ଏୟାରବ୍ୟାଗ, ଜୋତା , ନୂଆଁ ମ୍ୟୁଜିକ ସିଷ୍ଟମ ଆଦି  ମଧ୍ୟ ଉକ୍ତ ଦିନ ଜବତ କରି ଥିଲା।  ହେଲେ ଏହି ଘଟଣାରେ ଫେରାର ଥିବା ଅନ୍ୟତ୍ତମ ଅଭିଯୁକ୍ତଙ୍କୁ ପୋଲିସ ଶନିବାର ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ ବୁଦୁଲିମୁଣ୍ଡା ଗ୍ରାମର ରବୀନ୍ଦ୍ର ବେହେରା ଓରଫ ରବି(୨୧)। ଅଭିଯୁକ୍ତଙ୍କ ପାଖରୁ ପୋଲିସ ଚୋରି ମୋବାଇଲ, ନଗଦ ୫ ହଜାର ଟଙ୍କା, ଆରସି ବହି, ଅଭିଯୁକ୍ତ ବ୍ୟବହାର କରୁଥିବା ପଲସର ବାଇକ, ମୋବାଇଲ ଆଦି ଜବତ କରାଯାଇଛି। ଏ ସଂକ୍ରାନ୍ତରେ ରେଢାଖୋଲ ଥାନାରେ ପୂର୍ବରୁ ହୋଇ ଥିବା କେସ ନମ୍ବର ୩୪/୨୦୨୧ ରେ ମାମଲା ରୁଜୁ  ହେବା ସହିତ  ଗିରଫ ଅଭିଯୁକ୍ତଙ୍କୁ  କୋର୍ଟ ଚାଲାଣ କରାଯାଇଛି ବୋଲି ରେଢାଖୋଲ ଥାନା ଅଧିକାରୀ ସୁରୁବାବୁ ଛତ୍ରିଆ ପ୍ରକାଶ କରିଛନ୍ତି। ହେଲେ ଏହି ଲୁଟେରା ମାନେ  ବିଭିନ୍ନ ସମୟରେ ଚୋରି, ଲୁଟ ଓ ଡକାୟତି ଭଳି ଘଟଣା ମାନ ଘଟାଉ ଥିବା ପୋଲିସ ଜାଣିବାକୁ ପାଇଛି।

Leave A Reply

Your email address will not be published.