ମାନସିଂହ ସାହିତ୍ୟ ସଂସଦର ମାସିକ ଅନଲାଇନ କବିତା ଆସର

0

ବରଗଡ଼/ ଶାସକ ପ୍ରଶାସକ : ଗତ ୧୦ ମାର୍ଚ୍ଚ ୨୦୨୧ ତାରିଖରେ ମାନସିଂହ ସାହିତ୍ୟ ସଂସଦ , ନନ୍ଦଳା, ପୁରୀ ତରଫରୁ ମାସିକ ଅନଲାଇନ କବିତା ଆସର ଗୁଗୁଲ ମିଟ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଆସରକୁ ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ବିଷ୍ଣୁପ୍ରସାଦ ଦଳେଇ ଆନୁଷ୍ଠାନିକ ଭାବେ ଆରମ୍ଭ କରିବା ପରେ , ଉପଦେଷ୍ଟା ଶ୍ରୀଯୁକ୍ତ ପ୍ରେମାନନ୍ଦ ବେହେରା ଏହି କବିତା ଆସରର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।  ସମ୍ପାଦକ ଯୁବକବି ଶ୍ରୀଯୁକ୍ତ ଲଳିତ କୁମାର ସ୍ୱାଇଁ  ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ନୂତନ ପିଢୀକୁ ଆହ୍ୱାନ ଦେଇଥିଲେ।  ନୟାଗଡ଼ର ନାରୀକବି ସବିତା ଶୁକ୍ଳା ସୁଲଳିତ କଣ୍ଠରେ ପ୍ରାରମ୍ଭିକ ଭଜନ ପରିବେଷଣ କରିଥିଲେ । ବରଗଡ଼ ଜିଲ୍ଲାର ନାରୀକବି ସାଗରୀକା ପାଣିଗ୍ରାହୀଙ୍କ ଦକ୍ଷ ସଂଯୋଜନା ଏହି କବିତା ଆସରକୁ ରସାଣିତ କରିଥିଲା । ଏହି ଆସରରେ ଓଡ଼ିଶାର କୋଣ ଅନୁକୋଣର ୨୪ ଜଣ କବି ଓ କବୟିତ୍ରୀ ସ୍ଵରଚିତ କବିତା ପାଠ କରିଥିଲେ। ଖୋର୍ଦ୍ଧାରୁ କବି ଶ୍ୟାମ ସୁନ୍ଦର ବିଶ୍ୱାଳ, ନୟାଗଡ଼ରୁ ନାରୀକବି ସବିତା ଶୁକ୍ଳା ଓ ନାରୀକବି ନିହାରିକା ପଣ୍ଡା , ପୁରୀ ଗୋପରୁ କବି ସଂପଦ କୁମାର ବେହେରା, ଗଂଜାମରୁ ନାରୀକବି ସୁଜାତା ରାଣୀ ଶତପଥୀ ଓ ନାରୀକବି ଜ୍ୟୋସ୍ନାରାଣୀ ଦେବୀ, ମାଲୁଦ ପୁରୀରୁ କବି ବନ ବିହାରୀ ପଟ୍ଟନାୟକ, ପୁରୀରୁ କବି ବିଦ୍ୟାଧର ଦଳବେହେରା,  ନୂଆପଡାରୁ ନାରୀକବି ଭାରତୀ ହୋତା, ବରଗଡ଼ରୁ କବି ପ୍ରେମାନନ୍ଦ ବେହେରା, ନାରୀକବି ସାଗରୀକା ପାଣିଗ୍ରାହୀ ଓ ନାରୀକବି ପ୍ରତିମା ବାରିକ, ବ୍ରହ୍ମପୁରରୁ ନାରୀକବି ସୌଦାମିନୀ ମିଶ୍ର , ନନ୍ଦଳା ପୁରୀରୁ  କବି ବିଷ୍ଣୁପ୍ରସାଦ ଦଳେଇ, ନାରୀକବି ଶୋଭନା ପ୍ରିୟଦର୍ଶିନୀ, କବି ଲଳିତ କୁମାର ସ୍ୱାଇଁ, କବି ପ୍ରେମଚାନ୍ଦ ପାତ୍ର ଓ ନାରୀକବି ଦେବସ୍ମିତା ନାୟକ , ଦେବଗଡ଼ରୁ ନାରୀକବି ପଦ୍ମିନୀ ସାହୁ , ନବରଙ୍ଗପୁରରୁ କବି ସନ୍ତୋଷ କୁମାର ବେହେରା  ଓ ନାରୀକବି ସ୍ୱପ୍ନା ମହାନ୍ତି ,  ସୁନ୍ଦରଗଡ଼ ରାଉରକେଲାରୁ ନାରୀକବି ସବିତା ବସ୍ତିଆ ଏବଂ ଅନୁଗୁଳରୁ କବି ହରିହର ଭୁକ୍ତା  କବିତା ପାଠ କରିଥିଲେ ।  ଶେଷରେ ଶ୍ରୀଯୁକ୍ତ ପ୍ରେମାନଦ ବେହେରା ସମସ୍ତ କବିତାକୁ ସମୀକ୍ଷା କରିଥିବା ବେଳେ ସଂଯୋଜକ ବିଦ୍ୟାଧର ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଗତ ଫେବୃଆରୀ ମାସରୁ ଆରମ୍ଭ ହୋଇଥିବା ଏହି କବିତା ଆସର ପ୍ରତିମାସ ୧୦ ତାରିଖରେ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ଶ୍ରୀଯୁକ୍ତ ସ୍ବାଇଁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.