ମହିଳା ଦିବସ ଅବସରରେ ଦିବ୍ୟାଂଶୀ ମହିଳା ମଣ୍ଡଳ ଆନୁକୂଲ୍ୟରେ ଦାନ ଉତ୍ସବ ପାଳିତ 

0

ଠିକା ମହିଳା କର୍ମଚାରୀମାନଙ୍କ ମଧ୍ୟରେ ଅନୁଷ୍ଠାନ ତରଫରୁ ଶାଢ଼ି ଓ ମିଷ୍ଟାନ୍ନ ବଂଟନ

ଭୁବନେଶ୍ୱର/ହିରାକୁଦ: ଦିବ୍ୟାଂଶୀ ମହିଳା ମଣ୍ଡଳ, ରିଭର ସାଇଟ୍ କଲୋନି, ହିଣ୍ଡାଲ୍କୋ, ହିରାକୁଦ ଆନୁକୂଲ୍ୟରେ ମହିଳା ଦିବସ  ତଥା ଦାନ ଉତ୍ସବ ପାଳନ କରାଯାଇଛି । ଏହି ଅବସରରେ ରିଭର ସାଇଡ୍ କଲୋନିର ଘରେ ଘରେ କାର୍ଯ୍ୟ କରୁଥିବା ସମସ୍ତ ଠିକା ମହିଳା କର୍ମଚାରୀମାନଙ୍କୁ  ଶାଢ଼ି ଓ ମିଠା ପ୍ୟାକେଟ୍ ବଂଟନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମକୁ ଦିବ୍ୟାଂଶୀ ମହିଳା ମଣ୍ଡଳର ସଭାନେତ୍ରୀ ଶ୍ରୀମତୀ ଅର୍ଚ୍ଚନା ଗୁପ୍ତାଙ୍କ ଉପସ୍ଥିତିରେ ଅନୁଷ୍ଠିତ  ହୋଇଥିଲା । କାର୍ଯ୍ୟକ୍ରମରେ ମହିଳା ମଣ୍ଡଳର ବରିଷ୍ଠ  ଉପଦେଷ୍ଟା ଶ୍ରୀମତୀ ଜାନୁ ପାଠକ, ଶ୍ରୀମତୀ ଗୀତା ରଏ ଏବଂ କମିଟିର ଅନ୍ୟ ସଦସ୍ୟା ଯଥା  ରଶ୍ମୀପ୍ରଭା (ସମ୍ପାଦକ), ଆରାଧନା ମିଶ୍ର (କୋଷାଧ୍ୟକ୍ଷ) ଏବଂ ବର୍ଷା ମୋହିତ (ଉପ ସଂପାଦକ) ଏବଂ ସମସ୍ତ ସଭ୍ୟାବୃନ୍ଦ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମକୁ ଦିବ୍ୟାଂଶୀ ମହିଳା ମଣ୍ଡଳର ପ୍ରକଳ୍ପ ସମ୍ପାଦିକା ଶ୍ରୀମତୀ ପ୍ରୀତି ସିଂ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମଟି ସମ୍ପୂର୍ଣ୍ଣ ରୂପେ କୋଭିଡ୍-୧୯ର ସମସ୍ତ ନିୟମାବଳୀକୁ ପାଳନ କରି ମାସ୍କ ପରିଧାନ କରି, ସାମାଜିକ ଦୂରତ୍ୱ ରକ୍ଷା କରି ଏବଂ ସାନିଟାଇଜ୍ ହୋଇ ପାଳନ କରାଯାଇଥିଲା । 

 

Leave A Reply

Your email address will not be published.