ଜେଲ ଅନ୍ତେବାସୀଙ୍କୁ ଛତୁ ଚାଷ ପ୍ରଶିକ୍ଷଣ ଓ ପ୍ରମାଣପତ୍ର ପ୍ରଦାନ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲା କାରାଗାରରେ ଅନ୍ତେବାସୀଙ୍କ ପାଇଁ ଗତ ୧ ତାରିଖରୁ ଚାଲିଥିବା ଛତୁ ଚାଷ ଉପରେ ତାଲିମ କାର୍ଯ୍ୟ ଆଜି ସମାପ୍ତ ହୋଇଯାଇଛି। ଉକ୍ତ ତାଲିମ କାର୍ଯ୍ୟକ୍ରମ ଜେଲରେ ଥିବା ଅନ୍ତେବାସିଙ୍କୁ ଜେଲରୁ ବାହାର ହେବା ପରେ ତାଙ୍କର ପରବର୍ତ୍ତୀ ଜୀବନରେ ସହାୟକ ହୋଇ ପାରିବ ବୋଲି ଆଶା କରାଯାଉଛି। 

ଗତ ୧ ତାରିଖରୁ ଚାଲିଥିବା ଏହି ତାଲିମ କାର୍ଯ୍ୟକ୍ରମ ପରେ ଏକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଜେଲର ସମସ୍ତ ୨୮ ଜଣ ଅନ୍ତେବାସୀ ଏଥିରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ମୂଖ୍ୟ ଅତିଥି ଭାବରେ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଂପାଦିକା ଜାନକୀ ବିଶ୍ବାଳ, ଜେଲର ଦେବେନ୍ଦ୍ର ଥାଟି,କାର୍ଯ୍ୟକ୍ରମର ନିର୍ଦ୍ଦେଶକ ରାଜକୁମାର ସାହୁ ତଥା ପ୍ରଶିକ୍ଷକ ରଜନୀ ରାନୀ ନାୟକ ଉପସ୍ଥିତ ଥିଲେ।

Leave A Reply

Your email address will not be published.