ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ ।

0

ଝାରସୁଗୁଡ଼ା :(ସୁଭାଷ ସହାରେ)- ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ଅନ୍ତର୍ଗତ ମିର୍ଦ୍ଧାଡେରାରୁ ଜଣେ ଯୁବତୀଙ୍କ ମୃତଦେହ ଘରେ ଝୁଲନ୍ତା ଅବସ୍ଥାରେ ମିଳିଛି। ମୃତ ଯୁବତୀଙ୍କ ପିତାମାତା ସଂଧ୍ୟାରେ କାମରୁ ଫେରି ଘରକୁ ଆସିବା ପରେ ନିଜ ଝିଅର ମୃତଦେହ ଦେଖିବାକୁ ପାଇଥିଲେ। 

ସୂଚନା ଅନୁଯାୟୀ, ମିର୍ଦ୍ଧାଡେରାର ସୁକାନ୍ତ ଛଞ୍ଚାଣ ଓ ତାଙ୍କ ସ୍ତ୍ରୀ ଆଜି ସକାଳୁ ମଧ୍ୟ ନିତିଦିନ ଭଳି କାମକୁ ବାହାରି ଯାଇଥିଲେ। ଘରେ ତାଙ୍କର ୧୯ ବର୍ଷର ଝିଅ ବୃନ୍ଦାବତୀ ଛଞ୍ଚାଣ ଥିଲେ। ମାତ୍ର ସଂଧ୍ୟାରେ ସେମାନେ କାମରୁ ଫେରିବା ପରେ ଝିଅର ମୃତଦେହ ଦେଖିବାକୁ ପାଇଥିଲେ। ଏ ନେଇ ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲେ। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ମଧ୍ୟ ସୂଚନା ମିଳିଛି।

Leave A Reply

Your email address will not be published.