ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭା ଅଭିଯାନ : ସାମିଲ ହେଲେ ବବି 

0

ବାରିପଦା(ଦିଲ୍ଲୀପ ମହାନ୍ତି )- ଗତ ଦୁଇ ସପ୍ତାହରୁ ଅଧିକ ସମୟ ଧରି ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁ ବର୍ତ୍ତମାନ ନିୟନ୍ତ୍ରଣାଧିନ ଅବସ୍ଥାକୁ ଆସିଥିବାର କୁହାଯାଇଛି । ଏହି ସମୟରେ ଆଜି ଅଭୟାରଣ୍ୟରେ ନିଆଁ ଲିଭାଇବା ନିମନ୍ତେ ବିଜେଡ଼ିର ସଙ୍ଗଠନ ସମ୍ପାଦକ ତଥା ମୟୂରଭଞ୍ଜ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ ଆସି ଶିମିଳିପାଳରେ ପହଁଞ୍ଚିଥିବାର ଜଣାପଡ଼ିଛି । ସ୍ଥାନୀୟ ଜନସାଧାରଣଙ୍କ ସହାୟତାରେ ଶ୍ରୀଦାସ ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଛନ୍ତି । ଅଭୟାରଣ୍ୟ ମଧ୍ୟକୁ ଯଶୀପୁର କାଳିକାପ୍ରସାଦ ଫାଟକ ମଧ୍ୟ ଦେଇ ପ୍ରବେଶ କରିଥିଲେ । ଏହି ସମୟରେ ପ୍ରଣବ ପ୍ରକାଶଙ୍କ ସହିତ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଡ଼ା ବିଧାୟକ ରାଜ କିଶୋର ଦାସ, କରଞ୍ଜିଆ ବିଧାୟକ ବାସନ୍ତୀ ହେମ୍ବ୍ରମ, ଓଡ଼ିଶା କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ ବେଦାଶିଷ ମହାନ୍ତି, ରଘୁପାଲି ବିଧାୟକ ସୁବ୍ରତ ତରାଇ, କରଞ୍ଜିଆର ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ପ୍ରମୁଖ ସାମିଲ ହୋଇଛନ୍ତି । ତେବେ ହାଇଦ୍ରାବାଦସ୍ଥିତ ନ୍ୟାସନାଲ ରିମୋଟ ସେନସିଂ ସେଣ୍ଟର ପକ୍ଷରୁ ଜାରି କରାଯାଇଥିବା ଏକ ସେଟଲାଇଟ ଫଟୋଚିତ୍ର ଆଧାରରେ ଶିମିଳିପାଳ ଅଭୟାରଣ୍ୟରେ ଜଳୁଥିବା  ନିଆଁ  ଆୟତ୍ତାଧୀନ ରହିଥିବାର ସୂଚନା ଦେଉଛି । 

 

Leave A Reply

Your email address will not be published.