ତ୍ରିପାକ୍ଷିକ  ଆଲୋଚନା ସଫଳ, ଆନ୍ଦୋଳନ ବନ୍ଦ କରିବା ପାଇଁ  ନିଷ୍ପତ୍ତି – ଜିଲ୍ଲା ପ୍ରଶାସନର ଆଶ୍ଵସ୍ତ

0

29-06-18-rayagada.jpg - 50.69 kB

ରାୟଗଡରୁ ସରୋଜ କୁମାର ସାହୁ :  ଈମ୍ଫା କାରଖାନା ଅଚଳାବସ୍ଥା ଦୂର ହେବାର ବାଟ ଫିଟିଛି। କମ୍ପାନୀ ବିରୋଧରେ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ତୃତୀୟ ଦିନରେ ପହଁଚିଥିବା ବେଳେ ଜିଲ୍ଲା ପ୍ରଶାସନର ମଧ୍ୟସ୍ଥିରେ ଅନୁଷ୍ଠିତ ହୋଇଛି ଏକ ତ୍ରୀପାକ୍ଷିକ ବୈଠକ । ଯେଉଁଠି କମ୍ପାନୀ କର୍ତୃପକ୍ଷ  ଦାବୀ ସମୟନୁଯାୟୀ ପୂରଣ କରାଯିବା ନେଇ ପ୍ରତିଶୃତି ଦେବା ପରେ ଆନ୍ଦୋଳନକାରୀ ଆନ୍ଦୋଳନ ପ୍ରତ୍ୟାହାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦାବୀ ଗୁଡ଼ିକ ଠିକ୍ ସମୟରେ ପୂରଣ ନହେଲେ ଆଗକୁ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଧମକ ଦେଇଛନ୍ତି।ପାରିପାର୍ଶ୍ବିକ ଉନ୍ନତି, ସ୍ଥାନୀୟ ବେକାରଙ୍କୁ ନିଯୁକ୍ତି ଆଦି ୯ ଦଫା ଦାବୀ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଦ୍ୱାରା ଦ୍ଵିତୀୟ  ପର୍ଯ୍ୟାୟ ଆନ୍ଦୋଳନକୁ ଆଜି ତିନି ଦିନ ବିତିଛି। ଗତକାଲି କମ୍ପାନୀର ତାଲା ଖୋଲିବା ନେଇ କମ୍ପାନୀ କର୍ମଚାରୀ ଓ ଜିଲ୍ଲା ଆଦିବାସୀ ସଂଘ ମିଳିତରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ପରେ ପରିସ୍ଥିତି ଅଲଗା ମୋଡ଼ ନେଇଥିଲା | ଫଳରେ କୌଣସି ଅପ୍ରୀତିକର ପରିସ୍ଥିତି ହେବା ପୂର୍ବରୁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ଆପୋଷ  ବୁଝାମଣାରେ ଆନ୍ଦୋଳନ ପ୍ରତ୍ୟାହୃତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉକ୍ତ ବୈଠକରେ ଆନ୍ଦୋଳନକାରୀଙ୍କ ସମସ୍ତ ଦାବୀ ଗୁଡିକୁ କମ୍ପାନୀ କର୍ତ୍ତୃପକ୍ଷ  ମାନି ନେଇଥିବା ବେଳେ ସମୟ ଅନୁଯାୟୀ ପର୍ଯ୍ୟାୟ କ୍ରମେ ପୁରଣ କରିବାକୁ ଏକ ଲିଖିତ ପ୍ରତିଶୃତି ଦେଇଛନ୍ତି। ରାୟଗଡ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ପ୍ରକାଶ କରିଛନ୍ତି ଯେ, କମ୍ପାନୀ କତ୍ତୃପକ୍ଷଙ୍କୁ ପରାମର୍ଶ ଦିଆଯାଇଛି ଯେ, ସେମାନେ ସି. ଏସ୍. ଆର, ପାରିପାର୍ଶ୍ୱିକ ଉନ୍ନତି କରଣ କରିବା, ସ୍ୱଚ୍ଛଭାରତ ମିଶନ ଓ କର୍ମ କ୍ଷେତ୍ରରେ ମହିଳା ମାନଙ୍କୁ ସମ୍ମାନ ଦେବା ଇତ୍ୟାଦି ଗୁଡ଼ିକ ତଦାରଖ କରିବା ପାଇଁ ଏକ ବ୍ଲକ ସ୍ତରୀୟ କମିଟି ଗଠନ କରାଯାଇ ସେହି କମିଟିରେ ଉକ୍ତ ବ୍ଲକର ୭ ଟି ଗ୍ରାମ ପଞ୍ଚାୟତ, ଗୋଷ୍ଠି ଉନ୍ନୟନ ଅଧିକାରୀ, ତହସିଲଦାର, ଅନ୍ୟାନ୍ୟ ଅଧିକାରୀ, ସରପଞ୍ଚ ଓ ବରିଷ୍ଠ ନାଗରିକ ମାନଙ୍କୁ ସାମିଲ କରି ତଦାରଖ କରିବା ପାଇଁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ  ଦିଆଯାଇଛି ବୋଲି କହିଥିଲେ।

Leave A Reply

Your email address will not be published.