ଯାଜ୍ଞସେନୀ ଡାକ୍ତରଖାନାରେ ରୋଗୀ ଭର୍ତ୍ତି ମନା। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) : ଝାରସୁଗୁଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଅବସ୍ଥିତ ଥିବା ଯାଜ୍ଞସେନୀ ନର୍ସିଂ ହୋମରେ ରୋଗୀ ଭର୍ତ୍ତି ନ କରିବା ପାଇଁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ। ଅଗ୍ନିଶମ ବିଭାଗ, ରାଉରକେଲା ଅନୁଯାୟୀ ଡାକ୍ତରଖାନାରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନିୟମାନୁଯାୟୀ ନ ଥିବାରୁ ପ୍ରଶାସନ ଏହି ପଦକ୍ଷେପ ନେଇଛନ୍ତି। ଏହ ପୂର୍ବରୁ ଗତ ୬ ତାରିଖରେ ଜିଲ୍ଲାପାଳଙ୍କ ବାସଭବନରେ ଅଗ୍ନିଶମ ବିଭାଗର ଡେପୁଟି ଫାୟାର ଅଫିସର ଓ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ସହ ଜିଲ୍ଲାପାଳ ଆଲୋଚନା କରି ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଆଇପଡି ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୁନଶ୍ଚ, ଉକ୍ତ ଚିଠି ପାଇବାର ଏକମାସ ମଧ୍ୟରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ବିଷୟରେ ଡେପୁଟି ଫାୟାର ଅଫିସର, ରାଉରକେଲାଙ୍କ ନିକଟରେ ଜଣାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.