ସେହେଡ଼ା ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ବିଶ୍ବ ମହିଳା ଦିବସ। 

0

ଝାରସୁଗୁଡ଼ା :(ସୁଭାଷ ସହାରେ) -ସେହେଡ଼ା ଅନୁଷ୍ଠାନ ଓ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଆଜି ଝାରସୁଗୁଡ଼ାର ସ୍ବାଭିମାନ ଗୃହ ପରିସରରେ ବିଶ୍ବ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଅତିଥିମାନଙ୍କ ଦ୍ବାରା ବିଶ୍ୱ ମହିଳା ଦିବସର ଗୁରୁତ୍ବ ଓ ମହିଳାମାନଙ୍କ ଅଧିକାର ବିଷୟରେ ଆଲୋଚନା କରାଯାଇଥିଲା। 

ଆଜିର ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାଏକ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଜଜ୍ ହର ପଟ୍ଟନାୟକ, ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଦୀପ କୁମାର ସାମଲ, ସବ୍ ଜଜ୍ ସ୍ବପ୍ନାଶ୍ରୀ ନାଏକ, ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସୁନନ୍ଦା ସାହୁ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତନ୍ମୟ ରଞ୍ଜନ ଦାଶ, ଜେଏମଏଫସି ପୂଜା ଜୈନ, ମୁନସିଫ ରୋଶନୀବାଲା ସେନାପତି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସନ୍ତୋଷ ନାଏକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରତିଭା ବେହେରା, ଜିଲ୍ଲା ଆଇନ ପ୍ରାଧିକରଣ ସଚିବ ଜାନକୀ ବିଶ୍ବାଳ ଯୋଗଦାନ କରିଥିଲେ। ସେହେଡ଼ା ଅନୁଷ୍ଠାନର ପ୍ରବନ୍ଧ ମୂଖ୍ୟ ଆଶିଷ କୁମାର ପଣ୍ଡା ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଜିଲ୍ଲା ଆଇନ ପ୍ରାଧିକରଣ ସଚିବ ଜାନକୀ ବିଶ୍ବାଳ ଉଦଘାଟନୀ ଭାଷଣ ଦେବା ସହ ମହିଳାଙ୍କ ଅଧିକାର ବିଷୟରେ ଆଲୋକପାତ କରିଥିଲେ। ସେହିପରି ସେହେଡ଼ା ଅନୁଷ୍ଠାନର ନିର୍ଦ୍ଦେଶିକା ଆନନ୍ଦିନି ପାଢ଼ୀ ମହିଳା ଦିବସର ଗୁରୁତ୍ବ ଉପରେ ଆଲୋଚନା କରିଥିବା ବେଳେ ମୂଖ୍ୟ ଅତିଥି ଜିଲ୍ଲା ଜଜ୍ ପୁରାଣ କାଳରୁ ଆଜିଯାଏ ମହିଳାମାନଙ୍କ ବିଶେଷତ୍ବ ଉପରେ ଆଲୋଚନା କରିଥିଲେ। ଆଜିର ଆଇନରେ ମୂଖ୍ୟତଃ ସମସ୍ତ ଅତିଥି ମହିଳାମାନଙ୍କ ଅଧିକାର ଓ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନ ଉପରେ ଆଲୋକପାତ କରିଥିଲେ। 

ଏହା ବ୍ୟତୀତ, ଆଜିର ଏହି କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ମଞ୍ଜୁର ହୋଇଥିବା ମଧୁବାବୁ ପେନସନ ଯୋଜନା ଅନ୍ତର୍ଗତ ୬ ଜଣ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମରେ ସେହେଡ଼ାର ସଖୀ, ଚାଇଲ୍ଡଲାଇନ, ପରିବାର ପରାମର୍ଶ କେନ୍ଦ୍ର,ସୁଧାର ଗୃହ ଓ  ସ୍ବାଭିମାନ ଗୃହର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Leave A Reply

Your email address will not be published.