ବେଦମାତା ଆଶ୍ରମ ରେ ବିଶ୍ୱ ମହିଳା ଦିବସ: ବହୁ ପ୍ରତିଭା ସମ୍ମାନିତ। 

0 1

    ସମ୍ବଲପୁର(ରମାକାନ୍ତ ବିଶ୍ବାଳ)- କୁଚିଣ୍ଡା ଉପଖଣ୍ଡ ର  ସୋଲବଗା ବେଦମାତା ଆଶ୍ରମ  ଠାରେ ବିଶ୍ଵ ମହିଳା ଦିବସ    ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।    ବେଦମାତା ଆଶ୍ରମ ପ୍ରାଙ୍ଗଣରେ   ଏହାର ପ୍ରତିଷ୍ଠାତା କୁମୋଦିନୀ ପଟେଲ ଙ୍କ ସଭାପତିତ୍ବରେ ଆୟୋଜିତ ବିଶ୍ୱ ମହିଳା ଦିବସ ଅବସରରେ ବହୁ ସମାଜ ସେବୀ ଓ ସାମାଜିକ କର୍ମି ଙ୍କୁ ସମ୍ମାନିତ କରାଯାଇଥିଲା। କରୋନା ଯୋଦ୍ଧା ଭାବରେ ଆଶା‌ ଦିଦି ମୀନା ଚାରଡିଆ,  ନାରୀ ମୁକ୍ତି ଆନ୍ଦୋଳନ ପାଇଁ ସୁବାସ ନାୟକ ଏବଂ ମମିତା ପଟେଲ, ମିତ୍ରଭାନୁ ଗରଡିଆ, ଶିବଶଙ୍କର ନାଏକ,  ରଜନୀଗନ୍ଧା ଓ ଲଲିତା ପଟେଲ ଙ୍କୁ ସମାଜ ପ୍ରତି ତାଙ୍କର  ଅବଦାନ ସମ୍ମାନିତ କରାଯାଇଥିଲା। ସୁଶ୍ରୀ ପଦ୍ମିନୀ ବାଙ୍କଡା ଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ କୁଟୁରାଚୁଆଁ କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରାଣ ଓ ଇତିହାସରେ ନାରୀ ଙ୍କ ଭୂମିକା ସଂପର୍କରେ କହିଥିଲେ। ସମ୍ବଲପୁର ର ଓକିଲ ଅନନ୍ତ ମହାନ୍ତି,  ସମ୍ମାନିତ ଅତିଥି ଭାବରେ ଯୋଗଦେଇ ସାଂପ୍ରତିକ ସମ୍ବିଧାନ ରେ ନାରୀ ର ସ୍ଥାନ  ସଂପର୍କରେ କହିଥିଲେ।  ରାଜ୍ୟ ପୁରସ୍କୃତ ପ୍ରଧାନ ଶିକ୍ଷୟିତ୍ରୀ ତୁଳସୀ ମଞ୍ଜରୀ ବହିଦାର  ମୁଖ୍ୟ ବକ୍ତା ଭାବେ ଯୋଗଦେଇ ନାରୀ ସ୍ବାଭିମାନୀ ହେବାକୁ ଆହ୍ବାନ ଦେଇଥିଲେ। ଟ୍ରଷ୍ଟ ସଭ୍ୟ ସୁଜିତ୍ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରାରମ୍ଭରେ ନିରୁପମା ସାହୁ, ବିନାପାଣି ନାଏକ, ସୁଜ୍ଞାନି ନାଏକ, ମିନାକ୍ଷୀ ଦିବେଦି ଓ ଶାନ୍ତିଲତା ପୃତି ସ୍ବାଗତ  ସଂଗିତ ଗାନ କରିଥିଲେ।

Leave A Reply

Your email address will not be published.