ପଲିଥିନ ବନ୍ଦ କରିବା ପାଇଁ କରଙ୍ଗା କଟା ବଞ୍ଚାଅ ଅଭିଯାନର ନିଷ୍ପତ୍ତି

0

 ମ୍ୟୁନିସିପାଲିଟି   କର୍ତ୍ତୃପକ୍ଷଙ୍କୁ ସାକ୍ଷାତ କରିବେ ଜୁନ ୩୦ ରେ

ବଲାଙ୍ଗିର/NIROJ MISHRA   ବଲାଙ୍ଗିର ସହରର ଐତିହ୍ୟ ପୂର୍ଣ୍ଣ କରଙ୍ଗା କଟା ବନ୍ଧର ପୁର୍ନରୁଦ୍ଧାର ଏବଂ ସଂରକ୍ଷଣ ପାଇଁ ପୁଣି ସ୍ୱର ଉତ୍ତୋଳନ କରାଯିବ ବୋଲି ସ୍ଥାନୀୟ କରଙ୍ଗା କଟା ବନ୍ଧ ଆଡିରେ ଅନୁଷ୍ଠିତ  କରଙ୍ଗା କଟା ବଞ୍ଚାଅ ଅଭିଯାନ କମିଟୀର ଏକ ବୈଠକରେ ସହରର ବିଭିନ୍ନ ଅନୁଷ୍ଠାନର  କର୍ମକର୍ତ୍ତା ଓ ବୁଦ୍ଧିଜୀବି ମତ ପ୍ରକାଶ କରିଛନ୍ତି । କରଙ୍ଗା କଟା ବନ୍ଧର ପାଣି ପୂର୍ବରୁ ପିଇବା ଉପଯୋଗୀ ଥିବାବେଳେ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଭାବରେ ଶୁଖିଲା ପଡିଛି । ବନ୍ଧ ଭିତରେ ପିଲାମାନେ କ୍ରିକେଟ ଖେଳ ଖେଳୁଥିବା ଦେଖିବାକୁ ମିଳୁଛି । ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଜଳସ୍ତର ନିମ୍ନଗାମୀ ହେବା ସଙ୍ଗେ ଜନସାଧାରଣ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହାକୁ ନେଇ ସଭ୍ୟମାନେ ଘୋର ଉଦବେଗ ପ୍ରକାଶ କରିବା ସଙ୍ଗେ ବଲାଙ୍ଗିର ସହରକୁ ପଲିଥିନ ମୁକ୍ତ ସହର କରିବା ପାଇଁ ଚଳିତ ମାସ ୩୦ ତାରିଖରେ ପୌର ପରିଷଦର ସାହାଯ୍ୟ ଓ ସହଯୋଗ ପାଇଁ  ଆଲୋଚନା କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରିଥିଲେ । ସହରରେ ବର୍ଦ୍ଧିତ ବିଦେଶୀ ମଦ ଦୋକାନ ଓ ଜନ ବସତି ମଧ୍ୟ ଭାଗରେ ଦେଶୀ ମଦ ଭାଟି ରହୁଥିବାରୁ ବୈଠକରେ ଏହାର କୁପ୍ରଭାବ ସମ୍ପର୍କରେ ଆଲୋଚନା ହୋଇଥିଲା । କରଙ୍ଗା କଟା ବଞ୍ଚାଅ ଅଭିଯାନ କମିଟୀର ସଭାପତି ହେମନ୍ତ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏହି ବୈଠକରେ ସମ୍ବାଦ ର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ ଯୋଗ ଦେଇ ଏଭଳି ମହତ କାର୍ଯ୍ୟ ପାଇଁ ସହରର ବୁଦ୍ଧିଜୀବି ଆଗେଇ ଆସିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେବା ସଙ୍ଗେ କରଙ୍ଗା କଟାର ପୁର୍ନରୁଦ୍ଧାର ସକାଶେ ଗୁରୁତ୍ୱାରୋପ କରିଥିଲେ । ଏହି ବୈଠକରେ ଜିଲ୍ଲାର ବିଶିଷ୍ଟ ବ୍ୟକ୍ତି ସମୂହଙ୍କ ସହ ଅଶୋକ କୁମାର ନନ୍ଦ, ବିଷ୍ଣୁପ୍ରସାଦ କେଡିଆ, ଜୟଦେବ ବହିଦାର,  ଗୋପଭୁଷଣ ନାଥ, ଇଂ. କିଶୋର ମୋହନ ମିଶ୍ର,  ଗିରିଶ କୁମାର ସିଂଦେଓ, ପ୍ରତାପ ଚନ୍ଦ୍ର ରଥ, ସାମ୍ବାଦିକ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ପବନ ଅଗ୍ରୱାଲ, ଘଟେଶ୍ୱର ମିଶ୍ର, ଜ୍ୟୋସ୍ନାରାଣୀ ଦାସ, ବିନୋଦ କୁମାର କାଲସାଏ, ମନୋରଞ୍ଜନ ପୁରୋହିତ, ରାଧାକାନ୍ତ ନାୟକ, ଅତିଶ ବିଶ୍ୱାଲ, ବିକାଶ ମଛଖଣ୍ଡ, ଶିବୁ ପଧାନ, ଅମିତ ହାତି, ସନ୍ଦିପ କୁମାର ବାଗ, ସଞ୍ଜୟ କୁମାର ଷଡଙ୍ଗୀ, ଶମ୍ଭୁ ପ୍ରସାଦ ଶତପଥି, ଦୁର୍ଗା ପ୍ରସାଦ ହୋତା, ଡ. ରାମଜୀ ପ୍ରସାଦ ଠାକୁର, ରଞ୍ଜିତ ମିଶ୍ର, ଦୁତିବାହାନ ଚନ୍ଦନ, ରାଧାବଲ୍ଲଭ ପରିଛା, ସୁବାଷ ମହାନ୍ତି, ରାମ ନାରାୟଣ ଦାସ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ନିଜସ୍ୱ ମତ ଉପସ୍ଥାପନ କରିଥିଲେ । ଶେଷରେ ଧନ୍ୟବାଦ ଦେଇଥିଲେ କରଙ୍ଗା କଟା ବଞ୍ଚାଅ ଅଭିଯାନର ଆବାହକ ପ୍ରଶାନ୍ତ ମହାକୁର । 

Leave A Reply

Your email address will not be published.