ଭୁବନେଶ୍ୱର : ବିଜୁ ପଟ୍ଟନାୟକଙ୍କ ଜୀବନୀକୁ ଆଧାର କରି ଚଣ୍ଡିଖୋଲର ବୀଣାପାଣି କଳାପୀଠ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏକ ସଂଗୀତ ଆଲବମ୍ “ଝଡ଼ର ଇଗଲ ତୁମେ” ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ସାଂସଦ ଡ. ଅମର ପଟ୍ଟନାୟକଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ଜନ୍ମଜୟନ୍ତୀ ପୂର୍ବ ସଂନ୍ଧ୍ୟାରେ ଉନ୍ମୋଚିତ ହୋଇଥିବା ଏଇ ଆଲବମ୍ଟିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଧର୍ମଶାଳା ବ୍ଲକ୍ର ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ସଂଯୋଜକ ବିପିନ ସ୍ୱାଇଁ, ଗୀତ ରଚନା କରିଛନ୍ତି ଶ୍ରୀ ବିଜୟ ମହାନ୍ତି ଓ ଏଥିରେ କଣ୍ଠଦାନ କରିଛନ୍ତି ବିଶିଷ୍ଟ ଗାୟକ କରୁଣାକର । ଏହି ଉନ୍ମୋଚନ ଉସôବରେ ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ରାଜ୍ୟ ଆବାହକ ରବିନାରାୟଣ ନନ୍ଦ, ରାଜ୍ୟ ସଂଯୋଜକ ଶ୍ରୀ ପ୍ରବୀର ମହାନ୍ତି, ରାଜ୍ୟ କମିଟି ସଦସ୍ୟ ଡ. ଜୀବନ ଦୀକ୍ଷିତ, ଯାଜପୁର ଜିଲ୍ଲା ସଂଯୋଜକ ଶ୍ରୀ ହରିହର ସ୍ୱାଇଁ, ନିର୍ଦ୍ଦେଶକ ବିପିନ ସ୍ୱାଇଁ, ଗୀତିକାର ବିଜୟ ମହାନ୍ତି ଓ ଫୋକସ୍ ପ୍ଲସର ସଂପାଦକ ସୁଧାଂଶୁ ରାଉତ ପ୍ରମୁଖ ଯୋଗ ଦେଇଥିଲେ । ବିଜୁ ଜୟନ୍ତୀ ପାଳନର ଅବ୍ୟବହିତ ପୂର୍ବରୁ ଏହି ଆଲବମ୍ଟି ଉନ୍ମୋଚିତ ହେବା ଫଳରେ ଏହା ସାରା ରାଜ୍ୟରେ ପ୍ରଚାରିତ ଓ ପ୍ରସାରିତ ହେବ ।