ପାରଳାଖେମୁଣ୍ଡିରେ ସ୍ୱାମୀ ମୁକୁନ୍ଦାନନ୍ଦଜୀ

0 2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାଶ୍ଚାତ୍ୟ ଦେଶ ମାନଙ୍କରେ ବୈଦିକ ସାହିତ୍ୟର ପ୍ରଚାରକ ସଂକୀର୍ତ୍ତନ ଆନ୍ଦୋଳନ ମାଧ୍ୟମରେ ବିଶ୍ୱରେ ଚହଳ ସୃଷ୍ଟି କରିଥବା ଜଗତଗୁରୁ ଶ୍ରୀ କୃପାଳୁ ମହାରାଜାଙ୍କ ଅଦ୍ଵିତୀୟ ପ୍ରଚାରକ ସ୍ୱାମୀ ମୁକୁନ୍ଦା ନନ୍ଦ ଜୀ ପାରଳାଖେମୁଣ୍ଡି ସ୍ଥିତ ରାଧାଗୋବିନ୍ଦ ଧାମକୁ ପରିଦର୍ଶନ କରିଥିଲେ। ସେଠାରେ କୋଭିଡ୍-୧୯ ନିୟମକୁ ପାଳନ କରି ସତ୍ ସଙ୍ଗୀ ମାନଙ୍କ ଗହଣରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା।

ଏହି ଅବସରରେ ବାଲ୍ ମୁକୁନ୍ଦ କେନ୍ଦ୍ରର ଅଧ୍ୟକ୍ଷ ତପଶ୍ୱିନୀ ବେହେରାକୁ ସ୍ୱାମୀ ଜୀ କୃପାଳୁ ମହାରାଜା ଜୀଙ୍କ ପ୍ରତିମୂର୍ତ୍ତି ଆଶିର୍ବାଦ ସ୍ଵରୂପ ପ୍ରଦାନ କରିଥିଲେ ଏବଂ ସମସ୍ତ ସତ୍ ସଙ୍ଗୀ ମାନଙ୍କୁ ସ୍ୱତନ୍ତ୍ର”ରାଧେ ମାସ୍କ” ବଣ୍ଟନ କରିଥିଲେ। 

ଏହାକୁ ପରିଧାନ କରି ଅନ୍ତାକ୍ଷରୀ , ପୁଷ୍ପହୋଲି , ସଂକୀର୍ତ୍ତନ ଏବଂ ଶେଷରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।  ଏହି କାର୍ଯ୍ୟକ୍ରମକୁ ସମ୍ପାଦକ ଭକ୍ତବତ୍ସଳ ମହାପାତ୍ର , ଦୀପ୍ତି ଦିଦି ଏବଂ ହାଡ଼ି ଦିଦି ପରିଚଳନା କରିଥିଲେ। ସତ୍ ସଙ୍ଗୀ ରାଙ୍ଗା ଭାଇ , ସୁଶାନ୍ତ ଭାଇ , ହେମା ଭାଇ , ଲକ୍ଷ୍ମୀ ଭାଇ , ରାବଣା ଭାଇ , ଆଙ୍କୁଲ ଭାଇ , ଜାନକୀ ବେହେରା , ରାମେଶ୍ୱରୀ ସାହୁ ଏବଂ ବାଲ୍ ମୁକୁନ୍ଦ କେନ୍ଦ୍ରର ସଂଯୋଜିକା ନମିତା ଚୌଧୁରୀ ପ୍ରମୁଖ ସହଯୋଗ କରିଥିଲେ।  ସମସ୍ତଙ୍କ ପ୍ରେରଣା ଥିଲା ଯେ ସମାଜର କଲ୍ୟାଣ ନିମନ୍ତେ ଭୌତିକ ଜଗତ ଓ ପ୍ରକୃତିର ନିୟମକୁ ଅନୁଧ୍ୟାନ କରି କଠିନ ପରିଶ୍ରମ କରି ନିଜର ଜ୍ଞାନ ମାଧ୍ୟମରେ ଭଲ ଚିନ୍ତା କରି ଭଲ କାମ କରିବା।

Leave A Reply

Your email address will not be published.