ଆତ୍ମହତ୍ୟା କରିଛନ୍ତି ମୋନିକା ଯୋଶୀ :  ଏସପି 

0 2

ଝାରସୁଗୁଡା (ସୁବାସ ସାହାରେ) :  ଗତ ୧୦ ଫେବୃଆରୀରେ ଝାରସୁଗୁଡ଼ା ଜିଲ୍ଲାର ଇବ ରେଳ ଷ୍ଟେସନ ପାଖରୁ ମିଳିଥିବା ମୋନିକା ଯୋଶୀଙ୍କ ମୃତ୍ୟୁ ହତ୍ୟା ନୁହେଁ, ଆତ୍ମହତ୍ୟା ବୋଲି ଝାରସୁଗୁଡ଼ା ଏସପି ବିକାଶ ଚନ୍ଦ୍ର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ରେଲୱେ ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଶିଥିଳ ହୋଇ ପଡ଼ୁଥିବା ଅଭିଯୋଗ ଆସିବାରୁ ଝାରସୁଗୁଡ଼ା ପୋଲିସ ଏହାର ତଦନ୍ତ ଭାର ନିଜ ହାତକୁ ନେଇଥିଲେ। 

ତଦନ୍ତ ସମୟରେ ମୃତ ମୋନିକାଙ୍କ ସଂପର୍କୀୟ, ବନ୍ଧୁବାନ୍ଧବ ସମସ୍ତଙ୍କୁ ପରିସରଭୁକ୍ତ କରାଯାଇଥିଲା। ଏହା ବ୍ୟତୀତ ତାଙ୍କର ଏକ ଚିଠି ଯାହାକୁ ତାଙ୍କ ହାତଲେଖା ବୋଲି ସମସ୍ତେ କହିଥିଲେ, ସେଥିରେ ମୋନିକା ତାଙ୍କର ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି ବୋଲି ଲେଖିଥିଲେ। ଘଟଣା ସହିତ ଅନ୍ୟ କୌଣସି ଲିଙ୍କ ପୋଲିସ ପାଇ ନାହିଁ ବୋଲି ଏସ ପି ଶ୍ରୀ ଦାସ ଜଣାଇଥିଲେ। ଘରର ଆର୍ଥିକ ପରିସ୍ଥିତି ଯୋଗୁଁ ସେ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ପୋଲିସ ଏସପି ସୂଚନା ଦେଇଛନ୍ତି।

Leave A Reply

Your email address will not be published.