ବୟସ୍କ ଏବଂ ଦୀର୍ଘକାଳୀନ ରୋଗ ଗ୍ରସ୍ତ ବ୍ୟକ୍ତିଙ୍କୁ  ଜିଲ୍ଲାସ୍ତରୀୟ କୋଭିଡ୍ ଟୀକାଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ

0

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସୋମବାର ଦିନ ଜିଲ୍ଲାସ୍ତରୀୟ ଦ୍ଵିତୀୟ ପର୍ଯ୍ୟାୟ କୋଭିଡ୍ ଟିକାଦାନ କାର୍ଯ୍ୟକ୍ରମରେ  ବୟସ୍କ ଏବଂ ଦୀର୍ଘକାଳୀନ ରୋଗଗ୍ରସ୍ତ ବ୍ୟକ୍ତିଙ୍କୁ ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଏହି ଟୀକାକରଣ କାର୍ଯ୍ୟକ୍ରମର ଶୁଭରମ୍ଭ କରିଥିଲେ ।

  ଏହି ଅବସରରେ ଶତାଧିକ ବୟସ୍କ ଓ ଦୀର୍ଘକାଳୀନ ରୋଗଗ୍ରସ୍ତ ବ୍ୟକ୍ତି ଆଗ୍ରହର ସହ ଟିକାଦାନ କେନ୍ଦ୍ରକୁ ଆସି ଏବଂ ଅପେକ୍ଷା କରି କୋଭିଡ୍ ଟିକା ନେଇଥିଲେ  । 

  ଟୀକା ନେବା ପରେ ୨ ଜଣ ବୟସ୍କ ବ୍ୟକ୍ତି ତଥା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଏବଂ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିକ୍ଷାବିତ ବିନୋଦ ଚନ୍ଦ୍ର ଜେନା ସେମାନଙ୍କ ପ୍ରତିକ୍ରିୟାରେ ସେମାନେ ଦ୍ଵିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ଆମ ବୟସ୍କ ବ୍ୟକ୍ତିଙ୍କୁ କୋଭିଡ୍ ଟୀକା ନେବାର ସୁଯୋଗ ମିଳିଥିବା ଯୋଗୁଁ  ଆମେ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଉଛୁ । କୋଭିଡ୍ ଟୀକା ନେଇ ଆମେ ପ୍ରାୟ ୨୦ ମିନିଟ୍ ହେଲାଣି  କୌଣସି ଅସୁବିଧା ହେଉନାହିଁ କି କୌଣସି ପାର୍ଶ୍ଵ-ପ୍ରତିକ୍ରିୟା ଦେଖାଯାଇନି । ଆମେ ସମ୍ପୂର୍ଣ୍ଣ ସୁସ୍ଥ ଓ ଭଲ ଅଛୁ । ଏହି ଟୀକା ସମ୍ପୃଣ୍ଣ ଭାବେ ନିରାପଦ ଓ ସୁରକ୍ଷିତ , ତେଣୁ ସମସ୍ତେ ଏହି କୋଭିଡ୍ ଟୀକା ନିଅନ୍ତୁ ,  ନିଜେ ଏବଂ ସମାଜକୁ କରୋନା ମୁକ୍ତ ରଖନ୍ତୁ ବୋଲି ସମସ୍ତଙ୍କୁ ଅନୁରୋଧ କରିଥିଲେ।  

ଏହି କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ଡିପିଏମ ସୌମ୍ୟରାଣୀ ଗୌଡ଼ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାଧାନରେ ବୟସ୍କ ଏବଂ ଦୀର୍ଘକାଳୀନ ରୋଗ ଗ୍ରସ୍ତ ବ୍ୟକ୍ତିଙ୍କୁ ନର୍ସିଙ୍ଗ୍ ଅଫିସର ସୁଚିତ୍ରା ପରିଡା , ସୌଭାଗ୍ୟ ମହାନ୍ତି ଏବଂ ସ୍ୱାସ୍ଥ୍ୟକର୍ମୀ  ଶ୍ରୀ ଶୁଶିଲ କୁମାର ପଣ୍ଡା ପ୍ରମୁଖ କୋଭିଡ୍ ଟିକା ଦେଇଥିଲେ ।

http://www.youtube.com/watch?v=VolExgEkuoQ 

Leave A Reply

Your email address will not be published.