୨୦୧୫ ବ୍ୟାଚ କନିଷ୍ଠ  ଶିକ୍ଷକ ସଂଘର ବୈଠକ

0

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ସହରର ଲାଲବଜାରସ୍ଥିତ ଶିକ୍ଷକ ଭବନ ପରିସରରେ ୨୦୧୫ ବ୍ୟାଚ କନିଷ୍ଠ  ଶିକ୍ଷକ ସଂଘ ପକ୍ଷରୁ ୨୦୧୫ ବ୍ୟାଚରେ ନିଯୁକ୍ତି ପାଇଥିବା କନିଷ୍ଠ  ଶିକ୍ଷକମାନଙ୍କର ନିୟମିତ ପ୍ରକ୍ରିୟା ତୁରନ୍ତ ଶେଷ କରାଯିବା ନିମନ୍ତେ ଏକ ଗୁରୁତ୍ୱପୂର୍ଣ୍ଣ  ବୈଠକ ଅନୁଷ୍ଠିତ  ହୋଇଯାଇଛି । ସଂଘର ସାଧାରଣ ସମ୍ପାଦକ ପ୍ରବୀଣ କୁମାର ମହାନ୍ତଙ୍କ ଆବାହକତ୍ୱରେ ଓ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନସନ ଯୋଜନା ଅନ୍ତର୍ଭୂକ୍ତ)ର ସଭାପତି ହରେକୃଷ୍ଣ ବାରିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ୨୦୧୫ ବ୍ୟାଚ କନିଷ୍ଠ  ଶିକ୍ଷକମାନଙ୍କୁ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିଠି ନମ୍ବର ୨୬.୦୨.୨୦୨୧ ଅନୁଯାୟୀ ତୁରନ୍ତ ନିୟମିତ କରାଯିବା ଉପରେ ଆଲୋଚନା ହୋଇ ଏ ବିଷୟରେ ସଂଘର ଏକ ସ୍ୱତନ୍ତ୍ର କମିଟି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସାକ୍ଷାତ କରି ଆଲୋଚନା ମାଧ୍ୟମରେ ଏହାକୁ ଅବିଳମ୍ବେ କାର୍ଯ୍ୟକାରୀ କରାଇବାର ନିଷ୍ପତ୍ତି ନିଆଯାଇଥିଲା । ଏଥି ସହିତ ୨୦୧୮ ଚୁକ୍ତି ଭିତ୍ତିକ କନିଷ୍ଠ  ଶିକ୍ଷକମାନଙ୍କୁ ତୁରନ୍ତ କନିଷ୍ଠ  ଶିକ୍ଷକର ମାନ୍ୟତା ପ୍ରଦାନ ପାଇଁ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କୁ ଭେଟିବାର ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କନିଷ୍ଠ  ଶିକ୍ଷକ ସଂଘର କାର୍ଯ୍ୟକାରୀ ସଭାପତି ରାଜେଶ ପୁଷ୍ଟି, ଉପସଭାପତି ମଳୟ ମହାନ୍ତି, ସମ୍ପାଦକ ଧର୍ମପ୍ରକାଶ ମହାନ୍ତ, କୋଷାଧ୍ୟକ୍ଷ ଅନୋଜ କୁମାର ମହାନ୍ତ, କାର୍ଯ୍ୟାଳୟ ସମ୍ପାଦକ ତୋଫାନ ଚନ୍ଦ୍ର ପ୍ରଧାନ, ରଞ୍ଜିତ କୁମାର ମୁଖାର୍ଜୀ, ହୃଷିକେଶ ମୁର୍ମୁ, ସୌମ୍ୟ ନାଏକ, ହରିଶ ମହାପାତ୍ର, ତଥାଗତ ବାରିକ, ଜଗନ୍ନାଥ ସୋରେନ, ଜଗନ୍ନାଥ ସିଂ, ବିଶ୍ୱଜିତ୍ ସୋରେନ, ସୁଦିପ୍ତ ରଞ୍ଜନ ପଳତା, ତ୍ରିନାଥ ପରିଡ଼ା, ଲଳିତ ନାରାୟଣ ପରିଡ଼ା ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । 

 

 

 

Leave A Reply

Your email address will not be published.