ଗଜାନନ ସୁଇଟ୍ସ ଷ୍ଟଲ ସିଲ୍ 

0

କୋଭିଡ୍ ନିୟମ ଉଂଲଘନ : ପୁଣି ୪ ଦୋକାନ ସିଲ୍

ବାରିପଦା,(ଦିଲ୍ଲୀପ ମହାନ୍ତି): କୋଭିଡ୍ ନିୟମ ଉଂଲଘନ ଅଭିଯୋଗରେ ବାରିପଦା ଟାଉନ୍ ଥାନା ପକ୍ଷରୁ ପୁଣି ୪ ଦୋକାନକୁ ସିଲ୍ କରାଯାଇଛ। ମେନ୍ ମାର୍କେଟ୍ରେ ଥିବା କାଶ୍ୟପ ବାରିକଙ୍କ ଖାଦିମ୍ ସୋରୁମ୍, ପ୍ରିୟବ୍ରତ ପୃଷ୍ଟିଙ୍କ ବାସନ ଦୋକାନ, ଅମ୍ବିକା ମନ୍ଦିର ନିକଟରେ ଥିବା ସନ୍ତୋଷ ଖଣ୍ଡେଲୱାଲଙ୍କ  ଗ୍ରସେରୀ ଦୋକାନ ଏବଂ କଚେରୀ ମାର୍କେଟରେ  ଥିବା ଜ୍ୟୋତି ରଞ୍ଜନ ସାହୁଙ୍କ ଗଜାନନ ସୁଇଟ୍ସ ଷ୍ଟଲକୁ  ସିଲ୍ କରାଯାଇଥିବା ଆଇଆଇସି ବୀରେନ୍ଦ୍ର ସେନାପତି ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ପୁଣି ଥରେ ବ୍ୟାପକ ରୂପ ଧାରଣ କରିବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି କରାଯାଇଛି। ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ କରୋନା କଟକଣା ମାନିବାକୁ ପରାମର୍ଶ ଦିଆଯାଇଛି।

 

Leave A Reply

Your email address will not be published.