ଖିଦମତ କମିଟୀ ପକ୍ଷରୁ ଦୁଇ ଜଣ ଝିଅଙ୍କ ବାହା ଘର ପାଇଁ ସହାୟତା ପ୍ରଦାନ

0

ଝାରସୁଗୁଡ଼ା :(ସୁଭାଷ ସହାରେ)- ଖିଦମତ କମିଟୀ ପକ୍ଷରୁ ଦୁଇ ଜଣ ଝିଅଙ୍କ  ବାହା ଘର ପାଇଁ ସହାୟତା ପ୍ରଦାନ କରାଯାଇଛି। ପ୍ରକାଶ ଯୋଗ୍ୟ ଯେ,ସ୍ଥାନିୟ ମଙ୍ଗଳ ବଜାର ଏବଂ ପୁର୍ଣା ଗ୍ରାମର ଦୁଇ ଝିଅଙ୍କ  ବାହାଘରପାଇଁ  ଅତି ଦରକାରି ସାମଗ୍ରି କମିଟୀ ପକ୍ଷରୁ ପ୍ରଦାନ କରି ମାନବୀୟ ସହାୟତାର ପ୍ରମାଣ ଦେଇଛନ୍ତି । ଏପରିକି ବିଗତ ଦିନମାନଙ୍କରେ ଖିଦମତ କମିଟୀ ୩୦ରୁ ଉର୍ଦ୍ଧ ଝିଅଙ୍କ ବାହା ଘରରେ ସାମିଲ ହୋଇ ଗରିବ ପରିବାର ଆବଶ୍ୟକ ଅନୁଯାଇ ପଳଙ୍କଖଟ,ଆଲମାରି,କୁଲର,ଡ୍ରେସିଙ୍ଗ ଟେବୁଲ ଓ ଅନ୍ୟାନ୍ୟ ଜିନିଷପତ୍ର ଦେଇ ଆସୁଥିବା ବେଳେ ଆଜି ମଧ୍ୟ ଅନେକ ଆସବାସ ସାମଗ୍ରି ପ୍ରଦାନ କରିବା ସଙ୍ଗେ ସଙ୍ଗେ ଆସନ୍ତା ସମୟରେ ଆବଶ୍ୟକିୟ ପରିବାରଙ୍କ ସାହାଯ୍ୟ ପାଇଁ କମିଟୀ ତତ୍ପର ରହିବ ବୋଲି ଖିଦମତ କମିଟୀ ପକ୍ଷରୁ କୁହାଯାଇଛି। ବାହାଘର ଅବସରରେ ସଂସ୍ଥା ର ରାଜୁ କୋରେଶୀ,ଏମ୍ ଡି ନାସିର ଗୁଡ୍ଡୁ,ଏସ୍ କେ ଫିରୋଜ,ଏସ୍ କେ କଲିମ,ଶକିଲ ଖାନ,ସୈଖ ମୁସ୍ଥଫା,ୱାସିମ ଖାନ,ରାଜା ,ବାବୁ,ମହମ୍ମଦ ଗୋରା,ପୁସ୍ପା ନାମଦେବ ଓ ଅନ୍ୟ ଖିଦମତ କମିଟୀ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.