ଝାରବନ୍ଧ-ମନୋହର ଦାଶ: ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡ଼ଭା ପଞ୍ଚାୟତ ଡଭା କଲେଜ ଠାରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ମାସ ଆନୁକୂଲ୍ୟ ରେ ଅନୁଷ୍ଠିତ ହୋଇଛି।କାର୍ଯ୍ୟକ୍ରମ କୁ ମାସ ର ସଂଯୋଜକ ଆଦିକନ୍ଦ ବିଶ୍ୱାଳ ପରିଚାଳନା କରିଥିଲେ।ଅଞ୍ଚଳର ଡ୍ରାଇଭର ମାନେ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।ବର୍ତ୍ତମାନ ସଡ଼କ ସୁରକ୍ଷା କୁ ଏକ ସାମାଜିକ ସମସ୍ୟା ହିସାବରେ ଗ୍ରହଣ କରି ଆମ ସମସ୍ତଙ୍କୁ ଏକ ଜୋଟ ହୋଇ ଏହା କୁ ନିବାରଣ କରିବାର ସମୟ ଆସିଛି।ସଡ଼କ ଦୁର୍ଘଟଣା ଯୋଗୁଁ ପ୍ରଭାବିତ ପରିବାର ମାନଙ୍କ ଉପରେ ଆର୍ଥିକ ତଥା ମାନସିକ ବୋଝ ବଢ଼ିଥାଏ।ସେଥିପାଇଁ ଆମକୁ ସଡ଼କ ସୁରକ୍ଷା ପ୍ରତି ଯତ୍ନବାନ ହୋଇ ଏ ଦିଗ ପ୍ରତି ବିଶେଷ ଦୃଷ୍ଟି ଦେବାକୁ ପଡିବ।ଆମର ଅର୍ଥନୀତି କୁ ଆଗକୁ ନେବାରେ ଡ୍ରାଇଭର ମାନଙ୍କ ଅବଦାନ ଯଥେଷ୍ଟ ଥିବାରୁ ସେମାନଙ୍କୁ ପାଇଲଟ ଭାବରେ ସମ୍ବୋଧନ କରାଯିବା ଉଚିତ ବୋଲି ମାସ ର ସଂଯୋଜକ ଶ୍ରୀ ବିଶ୍ୱାଳ ବୁଝାଇ କହିଥିଲେ।ଏହି କାର୍ଯ୍ୟକ୍ରମ ରେ ସେମାନେ ସଡ଼କ ସୁରକ୍ଷା ସମ୍ବଧିୟ ପ୍ଲା କାର୍ଡ ଧରି ସଚେତନତା ର ବାର୍ତା ବାଣ୍ଟି ଥିଲେ।କାର୍ଯ୍ୟକ୍ରମ ଶେଷରେ ହେଲମେଟ ମାସ୍କ ବଣ୍ଟନ କରାଯାଇଥିଲା।ଡଭା ଜୁନିୟର କଲେଜ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ଥପା, ଉଚ୍ଚବିଦ୍ୟାଲୟ ର ପ୍ରଧାନ ଶିକ୍ଷକ ସୀତାକାନ୍ତ ବଢ଼େଇ,ଅଧ୍ୟାପକ ସୁଧୀର କୁମାର ରଥ,ରଜତ କୁମାର ପଧାନ,ଝାରବନ୍ଧ ମହାବିଦ୍ୟାଳୟ ର ଅଧ୍ୟାପକ ଖ୍ୟାତିମୟ ତ୍ରିପାଠୀ,ସହକାରୀ କୃଷି ଅଧିକାରୀ ଗୌରାଙ୍ଗ ଚରଣ ମହାରଣା,ଅବସରପ୍ରାପ୍ତ ସୈନିକ ଜୟକୁମାର ସାହୁ,ସ୍କାଉଡ଼ଗାଇଡ଼ ଇନଚାର୍ଜ ଅଧ୍ୟାପକ ସରୋଜ ସାହୁ,ଡଭା ସରପଞ୍ଚ ଦଶରଥ ବରିହା,ସୁବାଷ ସାହୁ ମାସ କର୍ମକର୍ତା ରେବତୀ ରାଉତ,ଘନଶ୍ୟାମ ପଧାନ,ହାରାଧନ ଭଏନା,କେଶବ ଡ଼ନସନା ଯୋଗଦାନ କରି ସଡ଼କ ସୁରକ୍ଷା ସମ୍ପର୍କ ରେ ମାର୍ଗ ଦର୍ଶନ କରିଥିଲେ।ଛାତ୍ରଛାତ୍ରୀ ସଡ଼କ ସୁରକ୍ଷା ଜୀବନ ରକ୍ଷା ,ସୁରକ୍ଷିତ ରୁହନ୍ତୁ ସୁଖି ରୁହନ୍ତୁ ଆଦି ପ୍ଲା କାର୍ଡ ଧରି ସ୍ଲୋଗାନ ଦେଇ ସଚେତନ ଶୋଭାଯାତ୍ରା କରିଥିଲେ।
Sign in
Sign in
Recover your password.
A password will be e-mailed to you.