ସ୍ବର୍ଗତାଃ ଲୋପାମୁଦ୍ରା ରଥଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି 

0

 ବରଗଡ  :- ସ୍ବର୍ଗତାଃ ଲୋପାମୁଦ୍ରା ରଥଙ୍କ ଦ୍ୱାଦଶାହ କାର୍ଯ୍ୟ ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଲୁଦୁପାଲି ଗ୍ରାମରେ ହୋଇଥିଲା। ବହୁ ଜନ ସମାଗମରେ ରାଜ୍ୟ ତଥା ରାଜ୍ୟ ବାହାର ବହୁ ବ୍ୟକ୍ତିବିଶେଷ ଯୋଗଦେଇ ଶୋକ ସଂତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ବରିଷ୍ଠ ଆଇନଜୀବୀ ଶରଦ ପ୍ରଧାନଙ୍କ ସଂଯୋଜନାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ବିଶିଷ୍ଟ ବକ୍ତା କ୍ଷୀର ସାଗର ପଣ୍ଡା, ପଣ୍ଡିତ କୂଳମଣି ମହାପାତ୍ର,ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ କୃତିବାଶ ରାଉତ, ସମ୍ବଲପୁରୀ ବସ୍ତ୍ରାଳୟ ସଭାପତି ସମ୍ବିତ ଆଚାର୍ଯ୍ୟ(ଫିକ),ପୂର୍ବତନ ସାଂସଦ ଡଃ ପ୍ରଭାସ ସିଂ,ଉମେଶ ପଣ୍ଡା,ରାୟଗଡର ବରିଷ୍ଠ ନେତା ଜଗନ୍ନାଥ ପାଣିଗ୍ରାହୀ,ନିଷ୍ଠା ପରିବାର ସମ୍ପାଦକ ଅଶ୍ବିନୀ ତ୍ରିପାଠୀ ଓ ସଦସ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ସମ୍ପାଦିତ ହୋଇଥିଲା ।

Leave A Reply

Your email address will not be published.