କୋଭିଡ ଆତଙ୍କ : ଭିସୁଟ ବଂଦ ଘୋଷଣା 

0

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ) : ପ୍ରାୟ ୨୫ ଜଣରୁ ଅଧିକ ଛାତ୍ର ପୁଣି କୋଭିଡ ଆକ୍ରାନ୍ତ ହେଵା ଘଟଣା ପରେ ବୀର ସୁରେନ୍ଦ୍ର ସାଇ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (VSSUT)କୁ ଜିଲ୍ଲା ପ୍ରଶାସନ ଅନ୍ୟାଦେଶ ପର୍ଯ୍ୟନ୍ତ  ବନ୍ଦ ଘୋଷଣା କରିଥବା ଜଣାପଡିଛି  | ଜିଲ୍ଲା ପ୍ରଶାସନ ବିଶ୍ୱବିଦ୍ୟାଳୟର ହଷ୍ଟେଲଗୁଡ଼ିକୁ କଣ୍ଟେନମେଣ୍ଟ ଜୋନ୍ ବୋଲି ଘୋଷଣା କରିଛି। ସେହିଭଳି ହଷ୍ଟେଲନିକଟସ୍ଥ ‘ଅଂଚଳକୁ ବଫର ଜୋନ୍ ଭାବେ ଘୋଷଣା କରାଯାଇଛି।

ସୂଚନାଯୋଗ୍ୟ ଯେ, ବୁର୍ଲା  ସ୍ଥିତ ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର  ୨୫ଜଣ  ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ସଂମ୍ପୃକ୍ତ ଛାତ୍ର ବାସ ଗୁଡିକରେ ଥିବା ଅନ୍ୟଛାତ୍ର ମାନଙ୍କ ମଧ୍ୟରୁ  ପଜିଟିଭ ଚିହ୍ନଟ ଛାତ୍ର ମାନଙ୍କ ସସ୍ପର୍ଶରେ ଆସିଥିବା ଛାତ୍ର ମାନଙ୍କୁ  ନିଜକୁ ୭୨ ଘଣ୍ଟା ଆଇସୋଲେସନ୍ ରେ ରଖିବା ପାଇଁ ଉକ୍ତ ଛାତ୍ରାବାସ କର୍ତୃପକ୍ଷ ଙ୍କ ତରଫରୁ ସୂଚନା ଦିଆଯାଇଥିଲା  । ତେବେ କରୋନା ର ଦ୍ୱିତୀୟ ଲହରୀ ନେଇ ରାଜ୍ୟ ସରକାର ସମସ୍ତ ଙ୍କୁ ସୁରକ୍ଷିତ ରହିବା ସହିତ କଟକଣା ମାନିବା ପାଇଁ ପରାମର୍ଶ ଦେଉଥିବା ବେଳେ ଏପରି  ପରିସ୍ଥିତିରେ ଭିସୁଟ ରେ ହେବା ଘଟଣା ଅନ୍ୟ ଛାତ୍ରଛାତ୍ରୀ ପରାମର୍ଶ ଗ୍ରହଣ କରିବା ଆବଶ୍ୟକତା ରହିଛି। 

 

Leave A Reply

Your email address will not be published.