ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)-କୁଚିଣ୍ଡା ସହର ୱାର୍ଡ ନମ୍ବର ୭ ଜ୍ୟୋତିପଡା ଥିବା ଏକ ଭଡ଼ାଘରୁ ସେକ୍ସ ରାକେଟ୍ ଠାବ କରିଛି ପୋଲିସ୍। ଏହି ଘଟଣାରେ ପୋଲିସ୍ ୨ ଜଣ ଗ୍ରାହକଙ୍କୁ ଗିରଫ କରିଥିବା ବେଳେ ଜଣେ ମହିଳା ଙ୍କ ସମେତ ଜଣେ ଯୁବତୀ ଙ୍କୁ ମଧ୍ୟ ଅଟକ ରଖିଛି। ଉକ୍ତ ଘରେ ବହୁଦିନ ଧରି ସେକ୍ସ ରାକେଟ୍ ଚାଲିଥିବା ନେଇ ଖବର ପାଇଥିଲା ପୋଲିସ୍ I ଏହାପରେ କୁଚିଣ୍ଡା ଆଇଆଇସିଙ୍କ ନେତୃତ୍ବରେ ଏକ ଟିମ୍ ଉକ୍ତ ଘରେ ଶନିବାର ଅପରାହ୍ନରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ୍ ସେଠାରୁ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆପତ୍ତିଜନକ ସାମଗ୍ରୀ ଜବତ କରିଛି I ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ପରିଚୟ ଜଣାପଡ଼ିନାହିଁ I
Sign in
Sign in
Recover your password.
A password will be e-mailed to you.
Next Post