ସନ୍ଥ ଶିରୋମଣି ରବିଦାସଙ୍କ ୬୪୪ ତମ ଜିଲ୍ଲାସ୍ତରୀୟ ଜୟନ୍ତୀ 

0

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)-ଗୁରୁ ରବିଦାସ ଜୟନ୍ତୀ ଆଜି ସମଗ୍ର ଦେଶରେ ପାଳିତ ହୋଇଯାଇଛି I ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ଅବଦାନ ଅତୁଳନୀୟ I  ଏହି ଅବସରରେ ସମ୍ବଲପୁର ଜ଼ିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ଠାରେ ଓଡିଶା ରବି ଦାସ ସମାଜ ସମ୍ବଲପୁର ଜ଼ିଲ୍ଲା ଶାଖା ପକ୍ଷରୁ ଜ଼ିଲ୍ଲା ସ୍ତରୀୟ ୬୪୪ତମ ରବି ଦାସ ଜୟନ୍ତୀ ପାଳିତ ହୋଇଛି I ଜ଼ିଲ୍ଲା ସଭାପତି କେଶବ ରୋହିଦାସ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମାରୋହ ରେ ପଦ୍ମଶ୍ରୀ ଜିତେନ୍ଦ୍ରିୟ ହରିପାଳ ମୁଖ୍ୟ ଅତିଥି, ସାମଜସେବୀ ନିହାଲ ସିଂହ, ଗୁରୁମିତ ସିଂହ, ହାସ୍ୟ କଳାକାର ଯୋଗେଶ ଜୋଯୋ,  ଗୁରୁ ଦୁଆର ଗୁରୁମୀତ  ସିଂ, ଜ୍ଞାନୀ  ରାଜେନ୍ଦ୍ର ସିଂ ସମ୍ମାନୀତ ଅଥିତି ଭାବେ ଯୋଗଦାନ କରିଥିଲେ I ପ୍ରାରମ୍ଭ ରେ ଅତିଥି ଗଣ  ସନ୍ଥ ରବିଦାସଙ୍କ  ତୈଳଚିତ୍ର ରେ ପୁଷ୍ପମାଲ୍ୟ ଦେଇ ଗଭିର ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ I  ଏହି  କାର୍ଯ୍ୟକ୍ରମ ରେ ଓଡିଶା ରବି ଦାସ ସମାଜ ର  ରାଜ୍ୟ ସାଧାରଣ ସମ୍ପାଦକ  କୁନ୍ଦରୁ ଦାସ, ଉପ ସଭାପତି ଦିଲ୍ଲୀପ ମେହେର, ଗୋପୀନାଥ ରୋହିଦାସ,, ସମ୍ପାଦକ ଯୁଧିଷ୍ଠିର ରୋହିଦାସ, ସହସମ୍ପାଦକ  ଅଶୋକ ରୋହିଦାସ, କୋଷାଧକ୍ଷ ସନାତନ  କେନ୍ଦୁ, ପ୍ରମୁଖ ଉପସ୍ଥିତ ଥିଲେ I ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ର ୯ ଗୋଟି ବ୍ଲକ ର ସଭାପତି ସହ ଶତାଧିକ ପ୍ରତିନିଧି ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.