ମହାନଦୀ କୂଳରେ ୧ ଲକ୍ଷ ୮୦ ହଜାର ଚାରା ରୋପଣ 

0

ମହାନଦୀ କୂଳରେ à­§ ଲକ୍ଷ ୮୦ ହଜାର ଚାରା ରୋପଣ  

ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଂଜ ଅନ୍ତର୍ଗତ ରାମଗଡ ମହାନଦୀ କୂଳରେ ଅବସ୍ଥିତ ବାବା କେଦାରେଶ୍ୱର ଶିବ ମନ୍ଦିର ଠାରେ ମଙ୍ଗଳବାର ଦିନ ମହାନଦୀ ଗ୍ରୀନ ମିଶନ ବନବିଭାଗ ପକ୍ଷରୁ ଆୟୋଜିତ ହୋଇଯାଇଛି । ପ୍ରଥମେ ଏକ ଜନସାଧାରଣଙ୍କ ଉଦେ୍ଧଶ୍ୟରେ ଏକ ସଚେତନତା ସଭା ଅନୁଷ୍ଠିତ  ହୋଇଥରଲା । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ବିଧାନ ସଭାର ବାଚସ୍ପତି ପ୍ରଦିପ ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମହାନଦୀ ଉପକୂଳ ଅଂଚଳ ଗୁଡିକରେ ବୃକ୍ଷ ରୋପଣ କରିବା ଉପରେ ବିଶେଷ ଧ୍ୟନ ଦିଆଯିବା ସହ ଏ ଦିଗରେ ଉଦ୍ୟାନ ବିଭାଗ  ଓ ବନବିଭାଗ କୁ ମୁଖ୍ୟ ଦାୟତ୍ୱ ଦିଆଯାଇଛି । ବୌଦ୍ଧ ଜିଲ୍ଲାପାଳ ମଧୁସୂଦନ ମିଶ୍ର , ବୌଦ୍ଧ ବନଖଣ୍ଡ ଅଧିକାରୀ ଯୋଶବନ୍ତ ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋଷ୍ନା ଭୋଇ, ହରଭଙ୍ଗା ବ୍ଲକ ଗୋଷ୍ଠୀ  ଉନୟନ୍ନ ଅଧିକାରୀ ରବିନ୍ଦ୍ର କୁମାର ସତପଥି, ହରଭଙ୍ଗା ତହସିଲଦାର ସୁବ୍ରତ କୁମାର ନାୟକ, ବୌଦ୍ଧ ଜିଲ୍ଲା ପରଷଦ ଉପାଧକ୍ଷ ଅକୃର ସେଠୀ, ହରଭଙ୍ଗା ବ୍ଲକ ଉପାଧକ୍ଷ ରଶ୍ମିତା ମହାକୁଡ, ରାମଗଡ ସରପଂଚ ନରେଶ ସେଠୀ ପ୍ରମୁଖ ମଂଚାସିନ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏସିଏଫ ଦିଲ୍ଲିପ କୁମାର ସିଂ ମଂଚ ପରିଚାଳନା କରିବା ସହ ଜିଲ୍ଲାରେ ଲକ୍ଷେ ୮୦ ହଜାର ଚାରା ମହାନଦୀ ଉପକୂଳବର୍ତୀ ଅଂଳରେ ୧ କିମି ପର୍ଯ୍ୟନ୍ତ ଲଗାଯିବ ବୋଲି କହିଥିଲେ । ଏଥି ପାଇଁ ସେ ଜନସାଧାରଣ ଙ୍କୁ ନିଜର ଥିବା ଖାଲି ସ୍ଥାନରେ ଗଛ ଲଗାଇଲେ ଚାରା ମାଗଣା ସହ ରକ୍ଷାଣା ବେକ୍ଷଣ ପାଇଁ ଅର୍ଥିକ ସହାୟତା ମିଳିବ ବୋଲି କହିଥିଲେ । ଏହି ଚାରା ରୋପଣ ବନବିଭାଗ ଓ ଉଦ୍ୟାନ ବିଭାଗ କୁ ଦିଆଯାଇଥିବା କହିଥିଲେ । ପରିଶେଷରେ ଡିଏଫଓ ଶ୍ରୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ । ସାଧାରଣ ସଭା ପରେ ଏକ ସଚେତନତା ସୋଭାଯାତ୍ରା ସବୁଜ ମହାନଦୀ ଅଭିଯାନ ଲେଖାଥିବା ସୁସଜ୍ଜିତ ରଥ ବାହାରିଥିଲା । ଏହି ରଥକୁ ଜିଲ୍ଲାପାଳ , ବାଚସ୍ପତି ଅତିଥି ମାେନେ ପତାକା ଦେଖାଇ ଶୁଭାରମ୍ଭ କରିଥରଲେ । ଉକ୍ତ ଶୋଭାଯାତ୍ରାରେ ବନ ବିଭାଗରେ କର୍ମଚାରୀ ଓ ଜନସାଧାରଣ ବିଭିନ ପ୍ଲାଗ କାର୍ଡ ଧରି ରାମଗଡ ଗ୍ରାମ ପରିକ୍ରମା କରିବା ସହ ସମସ୍ତଙ୍କୁ ବୃକ୍ଷ ରୋପଣ ପାଇଁ ସଚେତନ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ପୁରୁଣାକଟକ ବନାଂଚଳ ପକ୍ଷରୁ ରେଂଜ ଅଧିକାରୀ ରଂଜିତ ମହାନ୍ତି ସଂଯୋଜନା କରିଥିଲେ ।  ଏଥିରେ ୯ ନଂ ଜୋନ ଜିଲ୍ଲା ପରିଷଦ ଅବକାଶ ସାହୁ, ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଗାଆଣ, ମାଧପୁର ବନାଂଚଳ ଅଧିକାରୀ ଭରତ ସାହୁ, ବୌଦ୍ଧ ରେଂଜର ବିପିନ ରାଉତରାୟ, ପୁରୁଣାକଟକ ଫରେଷ୍ଟର ରାଧେଶ୍ୟାମ କାମ୍ପୋ, ଚାରିଛକ ଫରେଷ୍ଟର ଏମ. ପ୍ରସାଦ ରାଓ, ହରଭଙ୍ଗା ଫରେଷ୍ଟର ରଂଜନ କୁମାର ସେଠୀ ପ୍ରମୁଖ ସାମିଲ ଥିଲେ । 

 

 

Leave A Reply

Your email address will not be published.