ଯାଜପୁର, (ଜୟଶଙ୍କର ଦାଶ):ପ୍ରତ୍ୟେକ ନିଶା ଦ୍ରବ୍ୟ କ୍ଷଣିକ ଆନନ୍ଦ ଉନ୍ମାଦନା ସୃଷ୍ଟି କରିଥାଏ । କିନ୍ତୁ ସାରା ଜୀବନ ପାଇଁ ଏହା ମଣିଷଟିକୁ ଏଭଳି କବଳିତ କରିଥାଏ ଯେ, ସେ ସମାଜ ପାଇଁ ଅଦରକାରୀ ବୋଝ ପାଲଟିଯାଏ ବୋଲି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିଦେ୍ର୍ଧଶକ ବ୍ରଜଗୋପାଳ ଆଚାର୍ଯ୍ୟ ମତବ୍ୟକ୍ତ କରିଚ୍ଥନ୍ତି । ମଙ୍ଗଳବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ଓ ଜିଲ୍ଲା ଅବକାରୀ ବିଭାଗର ମିଳିତ ଆନୁକୂଲ୍ୟରେ ଆନ୍ତର୍ଜାତୀୟ ନିଶା ଦ୍ରବ୍ୟର ଚୋରା ଚାଲାଣ ବିରୋଧରେ ସଚେତନତା ଦିବସ ପାଳନ ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଆଚାର୍ଯ୍ୟ ସମଗ୍ର ବିଶ୍ୱରେ ବିଭିନ୍ନ ପ୍ରକାର ନିଶା ଦ୍ରବ୍ୟର ବ୍ୟବହାର ବ୍ୟାପକ ବୃ୍ଦ୍ଧି ପାଉଚ୍ଥି । ବିଭିନ୍ନ କାରଣ ହେଊ କିମ୍ୱା ଖୁସିରୁ ଆରମ୍ଭ ହୋଇଥିବା ଏହି ନିଶା ଏଭଳି ମଣିଷକୁ କବଳିତ କରୁଚ୍ଥି ଯେ, ସେ ମୃତ୍ୟୁ ମୁଖରେ ପଡୁଚ୍ଥି । ନିଶା ସେବନ ଦ୍ୱାରା ମଣିଷ ହିଂସ୍ର ହେବା ସହ ସମାଜରେ ଦୁର୍ଗତିକୁ ଆମନ୍ତ୍ରଣ କରୁଚ୍ଥି । ତେଣୁ ବ୍ୟାପକ ସଚେତନତା ସୃଷ୍ଟି କରାଯାଇ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଚୋରା ଚାଲାଣକୁ ରୋକିବା କ୍ଷେତ୍ରରେ ସଂକଳ୍ପ ନେବାକୁ ସେ ଅନୁରୋଧ କରିଥିଲେ । ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ଯେ କୈାଣସି ନିଶା ମଣିଷ ସମାଜ ପାଇଁ କ୍ଷତିକାରକ । ତେଣୁ ଏହାଠାରୁ ଦୂରେଇ ରହିବା ସହ ପାରିବାରିକ ଓ ସାମାଜିକ ସଂସ୍କାରରେ ପ୍ରତ୍ୟେକ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ । ଚୋରା ଚାଲାଣକୁ ସମ୍ମିଳିତ ପ୍ରଚେଷ୍ଟା ଦ୍ୱାରା ପ୍ରତିହତ କରାଯାଇପାରିବ ବୋଲି ଶ୍ରୀ ଧଳ କହିବା ସହ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ମନୋବିଜ୍ଞାନୀ ଡା. ମନିଷା ଦାସ, ଡା. ସୋନାଲୀ ସାହୁ ନିଶା ଦ୍ରବ୍ୟ ଗ୍ରହଣର କାରଣ, ବିଭିନ୍ନ ବର୍ଗର ଲୋକ ମାନଙ୍କର ନିଶାଶକ୍ତ ଅବସ୍ଥା ପ୍ରତିକାର ଓ ସଚେତନତା ସଂପର୍କରେ ବିଷଦ ସୂଚନା ପ୍ରଦାନ କରିଥିଲେ । ଜିଲ୍ଳ୍ା ସୂଚନା ଓ ଲୋକ ସଂପର୍କ ଅଧିକାରୀ ନିଶା ସେବନର ଭୟାବହତା ଓ ପ୍ରତ୍ୟେକଙ୍କର ଦାୟିତ୍ୱ, ଉତ୍ତର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ଆଲୋକପାତ କରିବା ସହ ଏହାର ନିରାକରଣ ପାଇଁ ପ୍ରତ୍ୟେକଙ୍କ ସହଯୋଗ ସଂପର୍କରେ ମତ ଦେଇଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଲକ୍ଷ୍ମୀଧର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଜାପିତା ବ୍ରହ୍ମା କୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟର ପି.କେ. ଲକ୍ଷ୍ମୀ, କିନ୍ନର ଲଭଲି ସାହୁ ପ୍ରମୁଖ ନିଶାର ଉତ୍ପତି , ନିରାକରଣ, ସଚେତନତା ସଂପର୍କରେ ମତ ଦେଇଥିଲେ । ନିଶା କବଳରୁ ମୁକ୍ତି ପାଇଥିବା ଉତ୍ତମ ମଲ୍ଲିକ ଓ ଶ୍ୟାମ ସୁନ୍ଦର କର ନିଜର ଅନୁଭୂତି ଓ ଅଭିଜ୍ଞତାକୁ ଉପସ୍ଥାପନ କରି ନିଶା କିପରି ବିପଦ ଜନକ ଓ ଏହାକୁ କେହି ଗ୍ରହଣ ନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଶେଷରେ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ “ଆହ୍ୱାନ” ପକ୍ଷରୁ ନିଶା ମୁକ୍ତ ସଂପର୍କିତ ଏକ ସଚେତନତାଧର୍ମୀ ନାଟକ ପରିବେଷଣ କରାଯାଇଥିଲା । ସାମାଜିକ ସୁରକ୍ଷା ବିଭାଗର ଚକ୍ରଧର ସୂତାର ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଏକ ସଚେତନତା ଶୋଭାଯାତ୍ରା ସର୍କିଟ ହାଊସ୍ ଠାରୁ ବାହାରି ସହର ପରିକ୍ରମ କରିଥିଲା । ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଊପଜିଲ୍ଳ୍ାପାଳ ନାରାୟଣ ଚନ୍ଦ୍ର ଧଳ, ଲୋକ ସଂପର୍କ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର, ସାମାଜିକ ସୁରକ୍ଷା ଅଧିକାରୀ ପ୍ରମୁଖ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାମାଜିକ ସୁରକ୍ଷା ଅନୁଷ୍ଠାନର କର୍ମକର୍ତ୍ତା ଯୋଗ ଦେଇଥିଲେ ।
