ଆସନ୍ତା ଫେବୃୟାରୀ ୨୬ ତାରିଖରେ ସର୍ବ ଭାରତୀୟ ବଣିକ ସଂଘ ପକ୍ଷରୁ ଦେଶବ୍ୟାପୀ ବନ୍ଦ ଡାକରା

0 2

ଝାରସୁଗୁଡ଼ା :(ସୁଭାଷ ସହାରେ)- ଆସନ୍ତା ଫେବୃୟାରୀ ୨୬ ତାରିଖରେ ସର୍ବ ଭାରତୀୟ ବଣିକ ସଂଘ ପକ୍ଷରୁ ଦେଶବ୍ୟାପୀ ବନ୍ଦ ଡାକରା ଦିଆଯାଇଛି। ଏ ନେଇ ଝାରସୁଗୁଡ଼ା ବଣିକ ସଂଘ୍ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା।  ଏଥିରେ GST କୁ ନେଇ ବାରମ୍ବାର ଦ୍ଵନ୍ଦ ରହିବା, ବାରମ୍ବାର GST ରେଗୁଲେଶନ ରେ ପରିବର୍ତନ, ଆଦିକୁ ନେଇ ବ୍ୟବସାୟୀ ସଂଘ ସହ ଚାଟାର୍ଡ ଆକାଉଣ୍ଟାଣ୍ଟ ମାନଙ୍କୁ ବହୁତ୍ ଅସୁବିଧା ହେଉଥିବା ଦର୍ଶାଯାଇଥିଲା। ଏହାସହ ଏହାକୁ ସମ୍ପୂର୍ଣ ଉଚ୍ଛେଦ ଦାବି କରିଛି ଝାରସୁଗୁଡ଼ା ବଣିକ ସଂଘ।  ଏହି ଦାବିରେ ସମସ୍ତ ବାଣିଜ୍ୟ ସଂଗଠନ, ଟ୍ରାନ୍ସପୋର୍ଟ ତଥା ଟ୍ରକ୍ ମାଲିକ ଓ ବସ୍ ମାଲିକ ସଂଘ, ଚାଟାର୍ଡ କାଉଣ୍ଟାଣ୍ଟ ଏସୋସେଶନ ତଥା ବିଭିନ୍ନ ରାଜନୈତିକ ଦଳ ବନ୍ଦ କୁ ସହମତି ଦେଇଛନ୍ତି। ଏହି ବନ୍ଦ ରେ ଜରୁରୀ କାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସକାଳ ୬ ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ୧୨ ଘଣ୍ଟା ବନ୍ଦ ରହିବା ନେଇ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ବଣିକ ସଂଘ।

Leave A Reply

Your email address will not be published.