ହରଭଙ୍ଗା ବ୍ଲକ ; ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ନୂତନ କର୍ମକର୍ତା 

0

 

ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଂଘର ନୂତନ ଚୟନ ର ଏକ ବୈଠକ ପୁରୁଣାକଟକ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ପୁର୍ବତନ ପ୍ରଧାନ ଶିକ୍ଷକ ଦୁଃଖିଶ୍ୟାମ ପ୍ରଧାନଙ୍କ ତତ୍ୱାବଧାନରେ ଅବସରପ୍ରାପ୍ତ କର୍ମଚାରୀ ମାନଙ୍କର ବିଭିନ୍ନ ସମସ୍ୟା ସକାଶେ  ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ମୃତ୍ୟୁଞ୍ଜୟ  ପଣ୍ଡା ଓ ସମ୍ପାଦକ ଭାବେ ଦୁଃଖିଶ୍ୟାମ ପ୍ରଧାନଙ୍କୁ ଚୟନ କରାଯାଇଥିଲା । ସେହିପରି ସହସଂପାଦକ ପୁର୍ଣଚନ୍ଦ୍ର ସେଠି ଓ ଜନ୍ମେଜୟ ପ୍ରଧାନ ଏବଂ କୋଷାଧକ୍ଷ ଭାବେ କେଦାରେଶ୍ୱର ମିଶ୍ରଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଥିଲା । କାର୍ଯ୍ୟକାରୀଣି ସଭ୍ୟ ଭାବରେ ଶୂଶିଳ କୁମାର ଭୋକ୍ତା, ପ୍ରଫୁଲ୍ଲ ନାଏକ, ମକରଧ୍ୱଜ ନାଏକ, ପଂଚାନନ ସାହୁ, ଅନନ୍ତ ମହାପାତ୍ର, ସଚ୍ଚିଦାନନ୍ଦ ପ୍ରଧାନ, ଶରତ ଚନ୍ଦ୍ର ପାଢୀ, ଧର୍ମାନନ୍ଦ ପଲିଆ, ଫକିର ଚରଣ ରାଉତ, ଦୁତିବାହାନ କମ୍ପୋ, ଉପେନ୍ଦ୍ର ବେହେରା ଅଦି ସାମିଲ କରାଯାଇଥିଲା । ପ୍ରକାଶ ଥାଉକି କେନ୍ଦ୍ର ସରକାର ସପ୍ତମ ବେତନ କମିଶନ ସୁପାରି ଗତ ୨୦୧୬ ରେ ଗ୍ରହଣ କରିଥିଲେ । ମାତ୍ର ରାଜ୍ୟ ସରକାର ସପ୍ତମ ବେତନ କମିଶନ ର ପାଉଣା ଦେବା ବହୁ ବିଳମ୍ବ କରିବାରୁ ସରକାରୀ ବେତନ ଭୋଗି ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ହେଲେ ସରକାର ଗତ ମାର୍ଚ୍ଚ ୨୯ ତାରିଖରେ ସପ୍ତମ ବେତନ ଦେବାକୁ ସରକାର ସମସ୍ତ ଜିଲ୍ଲାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଦେଇଥିଲେ । ମାତ୍ର ଆଜି ତାହା ଆଜି ସୁଦ୍ଧା କାର୍ଯ୍ୟକାରୀ ହୋଇପାରି ନାହିଁ  । 

 

 

 

Leave A Reply

Your email address will not be published.