ଭାଲୁ ଆକ୍ରମଣରେ ଶାଳପତ୍ର ତୋଳାଳୀ ଗୁରୁତ୍ତର

0

 

ବାରିପଦା(ଦିଲ୍ଲୀପ  ମହାନ୍ତି)- ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଗ୍ରାମର ହାଡ଼ିଆ ଟୁଡ଼ୁ ନିଜ ଗ୍ରାମରେ ଏକ ବିଭାଘର କାର୍ଯ୍ୟକ୍ରମ ନିମନ୍ତେ ନିକଟସ୍ଥ ଶିମିଳିପାଳ ଜଙ୍ଗଲ ମଧ୍ୟକୁ ଶାଳପତ୍ର ସଂଗ୍ରହକରିବାକୁ ଯାଇଥିବା ସମୟରେ ହଠାତ୍ ଏକ ଭାଲୁ ସମ୍ମୁଖକୁ ଆସି ହାଡ଼ିଆ ଟୁଡ଼ୁ ଉପରକୁ ଝାମ୍ପ ମାରି ଆକ୍ରମଣ କରିଥିଲା । ଭାଲୁ ନିକଟରୁ  ମୁକୁଳିବା ନିମନ୍ତେ ହାଡ଼ିଆ ନିଜର ସମସ୍ତ ବଳ ଓ ବୁଦ୍ଧି ପ୍ରୟୋଗ କରିବା ପରେ ସଫଳ ହୋଇଥିଲା । ଭାଲୁ ସହିତ ଏହି ସଂଗ୍ରାମରେ ହାଡ଼ିଆର ମୁଣ୍ଡ, ହାତ ଓ ଗୋଡ଼ ଆଦି ଶରୀର ବିଭିନ୍ନ ଅଙ୍ଗରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଖବରପାଇ ଗ୍ରାମବାସୀମାନେ ପହଁଞ୍ଚି ହାଡ଼ିଆକୁ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ବାଙ୍ଗିରିପୋଷି ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ , ମାତ୍ର ତାର ଅବସ୍ଥା ଗୁରୁତ୍ତର ରହିଥିବାରୁ ବାଙ୍ଗିରିପୋଷି ଡ଼ାକ୍ତର ବାରିପଦା ମେଡ଼ିକାଲ କଲେଜକୁ ସ୍ଥାନାନ୍ତରିତ କରାଇ ଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ବାରିପଦାରେ ତାଙ୍କୁ ଚିକିତ୍ସା କରୁଥିବା ଡ଼ାକ୍ତର ବିପଦ ମୁକ୍ତ ରହିଥିବା ବିଷୟରେ ସୂଚନା ଦେଇଥିଲେ ।

Leave A Reply

Your email address will not be published.