ଝାରସୁଗୁଡ଼ା (ସୁଭାଷ ସହାରେ)-ଝାରସୁଗୁଡା ବୁରୋମାଲ ବୁଡାପଡା ଥିବା ଝାଡେଶ୍ଵରୀ ସ୍ଵତନ୍ତ୍ର ଦିବ୍ୟାଙ୍ଗ ସ୍କୁଲ ମାଁ ବାକ୍ ବାଦିନୀ ସରସ୍ଵତୀ ଙ୍କ ୨୧ ତମ ପୂଜା ଅନୁଷ୍ଠିତ ହୋଇ ଯାଇଛି । ଏଇ ଉତ୍ସବରେ ବିଦ୍ୟା ଳୟର ତିନିଜଣ ଅନ୍ତେବାସୀ, ଅନ୍ତେବାସିନୀ ସମେତ ବିଦ୍ୟାଳୟର ପ୍ରତିଷ୍ଠାତା ବିବେକାନନ୍ଦ ମିଶ୍ର ଓ ସ୍କୁଲ କମିଟି ସଭ୍ୟ, ସଭ୍ୟା, ଅଧକ୍ଷା ମମତା ଦାଶ, ଗୁଣନିଧି ଭଇଁଶା କର୍ମଚାରୀଙ୍କ ମଧ୍ୟରେ ଉପେନ୍ଦ୍ର ଭଇଁସା, ନମିତା ନାଥ, ସୁଲୋଚନା ସାହୁ, ସୁରେନ୍ଦ୍ର ମହାନନ୍ଦ,କାନ୍ତା ନାଏକ, ରମିତା ସେଟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ କିଛି ଛୋଟ ପିଲାଙ୍କୁ ଖଡ଼ିଛୁଆଁ ଯାଇ ପ୍ରସାଦ ବଣ୍ଟନ କରା ଯାଇଥିଲା। ପରେ ଦେବୀଙ୍କ ମୃଣ୍ମୟୀ ପ୍ରତିମାକୁ ପାଖରେ ଥିବା ଗୌନ୍ତିଆପଡା ଯୋର ରେ ବିସର୍ଜନ କରା ଯାଇଥିଲା।
Sign in
Sign in
Recover your password.
A password will be e-mailed to you.
Prev Post