ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡିର ରେଳଷ୍ଟେସନ ପ୍ଲାଟଫୋର୍ମ ପାର୍ଶ୍ୱସ୍ତ ମାଁ ତାରା ତାରିଣୀଙ୍କ ୨୧ତମ ବାର୍ଷିକ ପୂଜା ଅର୍ଚ୍ଚନା ନିଡାମ୍ବର ସହକାରେ ପାଳିତ ହୋଇଯାଇଛି।ଉଦ୍ଘାଟନୀରେ କଳସୀ (ଘଟ) ନଗର ପରିକ୍ରମା ସୀମିତ ପରିସରରେ ହେବା ଓ ଯଥା ବିଧିରେ ପୂଜା ହେବାପରେ ସନ୍ଧ୍ୟାରେ ଗୁରୁନୃସିଂହ ପ୍ରସାଦ ପାଢ଼ୀଙ୍କ ନିର୍ଦ୍ଦେଶନାରେ ଗଜପତି କଳା ପରିଷଦର କଣ୍ଠଶିଳ୍ପୀ ମାନେ ଭଜନ ପରିବେଷଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ ତ୍ରିପତି ପ୍ରସାଦ ପଣ୍ଡା ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀ ଗଜପତି ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତାଭାବେ ପଣ୍ଡିତ ନରସିଂହ ଗୌଡ଼ , ସମ୍ମାନିତ ଅତିଥି ଭାବେ ଲକ୍ଷ୍ମୀକାନ୍ତ ପଟ୍ଟନାୟକ , ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦର ଭାରପ୍ରାପ୍ତ ଅଧ୍ୟକ୍ଷ ଡ଼ାକ୍ତର ମୁର୍ମୂ ଯୋଗଦେଇ ଭଜନ,ପ୍ରାର୍ଥନା , ଜଣାଣ ତିନି ବର୍ଗକୁ ବର୍ଣ୍ଣନା କରିଥିଲେ।
ତାରା ତାରିଣୀ ସେବିକା ପୂର୍ଣ୍ଣବାସୀ ବେହେରା , ସେବକ ଜୟଚନ୍ଦ୍ର ବେହେରା , ସନ୍ତୋଷ ବେହେରା , ଜିତୁ ପାତ୍ର , ତନୁଜା ଶତପଥୀ , ମମତା ଆପଟ ପ୍ରଭୃତି ପରିଚାଳନା କରିଥିଲେ।ସମସ୍ତ କଣ୍ଠଶିଳ୍ପୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା।