ପର୍ସନାଲ ଲୋନ ପାଇଁ ହେଲା ପର୍ସ ଖୋଳ

0 2

ଧନଲକ୍ଷ୍ମୀ ଫାଇନାନ୍ସ ନାମକ ଏକ ସଂସ୍ଥାରେ ସେ ବ୍ୟକ୍ତିଗତ ଋଣପାଇଁ ଅନଲାଇନ ଆବେଦନ କରି ଯୁବକ ହରାଇଲେ  ୩୫,୭୨୪ ଟଙ୍କା

ଝାରସୁଗୁଡ଼ା :(ସୁଭାଷ ସହାରେ): ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି ଜଣେ ଯୁବକ। ଅନଲାଇନ ଋଣ ଉଠାଇବା ଲୋଭରେ  ଦେଇଥିଲେ ୩୫  ହଜାର  ୭୨୪ ଟଙ୍କା। ମିଠାକଥା କହି ଟଙ୍କା ଲୁଟି ନେବା ପରେ ହରଡ଼ଘଣାରେ ପଡି ଯୁବକ ବଡମାଲ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ଆସି ଝାରସୁଗୁଡାରେ ଏକ କାରଖାନାରେ କାମ କରୁଥିବା ତଥା ଝାରସୁଗୁଡା ଜିଲ୍ଲା ବଡମାଲ ଥାନା ଅନ୍ତର୍ଗତ ବସନ୍ତବିହାର ଠାରେ ରହୁଥବା ସମୀର ପାଢ଼ୀ ଅନଲାଇନ କଲ ପାଇଁ ୩ ଲକ୍ଷ ଟଙ୍କା ଋଣ ପାଇବା ଆଶାରେ ପର୍ଯ୍ୟାୟ କ୍ରମେ ଦେଇ ଚାଲିଲେ ଅର୍ଥ। ଗୁଗୁଲ ସର୍ଚ୍ଚ କଲାପରେ ଧନଲକ୍ଷ୍ମୀ ଫାଇନାନ୍ସ ନାମକ ଏକ ସଂସ୍ଥାରେ ସେ ବ୍ୟକ୍ତିଗତ ଋଣପାଇଁ ଅନଲାଇନ ଆବେଦନ କରିଥିଲେ। 

ଏହି ସାଇଟରେ ସେ ତାଙ୍କ ବିବରଣୀ ଦେବାପରେ ବିକାଶ ଜୈନ ନାମକ ସେହି କମ୍ପାନୀର ଏଜେଣ୍ଟ ପରିଚୟ ଦେଇ ଯୁବକ ଜଣକ ମୋବାଇଲ ନମ୍ବରରେ ଫୋନ କରିଥିଲେ। ଋଣ ପାଇଁ ଆଧାର କାର୍ଡ,ପାନ କାର୍ଡ ଦରକାର ବୋଲି କହି ତାଙ୍କ ଫୋଟୋକପି ମାଗି ଥିଲେ। ପ୍ରଥମ ପର୍ଯ୍ୟାୟରେ ୨୫ ଶହ ଟଙ୍କା ଦେବା ପରେ ୩ ପର୍ଯ୍ୟାୟରେ ୩୫ ହଜାର ୭୨୪ ଟଙ୍କା ଲୁଟି ନେବା ପରେ କୌଣସି ଋଣ ଅର୍ଥ ନପାଇ ସମ୍ପୃକ୍ତ ଅନଲାଇନ ଠକଙ୍କୁ ଦେଇଥିବା ଅର୍ଥ ଫେରାଇବାକୁ କହିବାରୁ ପୁଣି ସାଢ଼େ ୪ ହଜାର ଟଙ୍କା ପ୍ରଦାନ କରିବାକୁ କୁହାଯାଇଥିଲା।

ଅନ୍ୟ ଉପାୟ  ନ ପାଇବା ପରେ ସୀମାଞ୍ଚଳ ବଡମାଲ ଥାନାରେ ଏତଲା ଦେବା ପରେ ଜିଲ୍ଲା ପୋଲିସ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ସାଇବର ଅପରାଧ ସେଲ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ଠକାମୀ ର ଶିକାର ହେବା ପରେ ଅନଲାଇନ କାରବାର ନକରିବାକୁ ଅନୁରୋଧ  ଦେଇଛନ୍ତି ସମୀର। 

Leave A Reply

Your email address will not be published.