ଜ଼ିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜ଼ିଲ୍ଲା କାର୍ଯ୍ୟକାରିଣୀ କମିଟି ବୈଠକର ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ I
ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା କାର୍ଯ୍ୟକାରିଣୀ କମିଟି ବୈଠକର ଦାବି ଗୁଡିକ ଆଜି ଜ଼ିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା I ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜ଼ିଲ୍ଲା ଶାଖା ର ସଭାପତି ହିମାଂଶୁ ଶେଖର ମିଶ୍ର ଙ୍କ ନେତୃତ୍ୱ ରେ ସାମ୍ବାଦିକ ମାନେ ଜ଼ିଲ୍ଲାପାଳ ଶୁଭମ ସକସେନାଙ୍କୁ ସାକ୍ଷାତ ଆଲୋଚନା ପୂର୍ବକ ଏହି ଦାବି ପତ୍ର ପ୍ରଦାନ କରିଥିଲେ I ଗତ ୧୨ ତାରିଖ ଜ଼ିଲ୍ଲାର ରେଙ୍ଗାଲି ବ୍ଲକ ସପ୍ନେ ସେତୁ ଠାରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ)ର ଜ଼ିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ କରୋନା ଯୋଦ୍ଧା ସାମ୍ବାଦିକଙ୍କୁ କରୋନା ଟୀକା ପ୍ରଦାନ କରିବା, ଚଳିତ ବିଧାନସଭା ଅଧିବେଶନ ରେ ସାମ୍ବାଦିକ ମାନଙ୍କ ସକାଶେ “ସାମ୍ବାଦିକ ସୁରକ୍ଷା ଆଇନ ” ବିଲ ଆଗତ କରିବା, କର୍ତ୍ତବ୍ୟ ରତ ସାମ୍ବାଦିକ ଙ୍କୁ ଆକ୍ରମଣ ପାଇଁ କଠୋର ଦଣ୍ଡ ବିଧାନ ଆଇନ ପ୍ରଣୟନ କରିବା, ୬୦ ବର୍ଷ ରୁ ଉର୍ଦ୍ଧ ସାମ୍ବାଦିକ ଙ୍କୁ ରାଜ୍ୟ ସରକାର ପେନସନ ବୀମା ଭୁକ୍ତ କରିବା, ଏକ୍ରିଡ଼ିଏସନ ନିୟମ ପରିବର୍ତ୍ତନ କରିବା, ଯାତାୟତ ସମୟରେ ରିହାତି ଦେବା, ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ଙ୍କ ଏକ ପୂର୍ଣ୍ଣାଙ୍ଗ ତାଲିକା ସଂଗ୍ରହ ପୂର୍ବକ ରାଜ୍ୟ ଗେଜେଟ ରେ ପ୍ରକାଶ କରିବା, ସାମ୍ବାଦିକ ଆବାସ ଯୋଜନା ପ୍ରଣୟନ କରିବା, ସାମ୍ବାଦିକଙ୍କ ସକାଶେ ଉଦ୍ଧିଷ୍ଟ ବ୍ୟାଙ୍କ ଋଣକୁ ସରଳୀକରଣ କରିବା, ସ୍ୱାସ୍ଥ୍ୟ ବୀମା ରାଶିକୁ ୨ ଲକ୍ଷ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ଆଦି ଦାବି କରାଯାଇଛି I ଆଜିକାର ଏହି ଦାବି ପତ୍ର ପ୍ରଦାନ ସମୟରେ ଜିଲ୍ଲା ସମ୍ପାଦକ ସରୋଜ ସାହୁ, କାର୍ଯ୍ୟକାରୀ ସଭାପତି ରବୀନ୍ଦ୍ର ପ୍ରସାଦ ଦାନୀ ଙ୍କ ସମେତ ଜିଲ୍ଲା ଉପ ସଭାପତି ସୁକାନ୍ତ କର, ସହ ସମ୍ପାଦକ ଅମଲେନ୍ଦୁ ନାୟକ, ଲଳିତ ଶର୍ମା,ବିରାଜ ମିଶ୍ର, ସତ୍ୟଜିତ ମହାପାତ୍ର, ଶ୍ରବଣ ପତି, ରଞ୍ଜନ ସିଂହ ଦେଓ, ଧର୍ମେନ୍ଦ୍ର ପଟ୍ଟନାୟକ, ସୁଶାନ୍ତ ମହାପାତ୍ର, ବାଦଶାହା ଜୁସମନ ରଣା, ଜ୍ୟୋତିଷ ମହାନ୍ତି, ଦେବାଶିଷ ବେହେରା, ସଞ୍ଜିବ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ I