ବରଗଡ :- ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ପୀଠରେ ହରିହର ପଙ୍ଗତର ଏକ ପୁରାତନ ପ୍ରଥା ରହିଛି । ମହାପ୍ରଭୁଙ୍କ ନିକଟରେ ପ୍ରତ୍ୟେକ ଦିନ ଲାଗୁଥିବା ଭୋଗକୁ ଉପସ୍ଥିତ ଶ୍ରଦ୍ଧାଳୁ ଓ ଭକ୍ତ ମାନଙ୍କୁ ମାଗଣାରେ ବଣ୍ଟନ କରାଯାଇଥାଏ । ମୂଖ୍ୟତଃ ପ୍ରତ୍ୟେକ ଦିନ ମଧ୍ୟାହ୍ନ ବାରଟା ସମୟରେ ହେଉଥିବା ଭୋଗ ପାଇବା ପାଇଁ ପ୍ରବଳ ସମାଗମ ହୋଇଥାଏ । ଏଠାରେ ସୂଚନାଯୋଗ୍ୟ ଯେ ଗତ ମାର୍ଚ୍ଚ ମାସ ଅଠର ତାରିଖରୁ କୋଭିଡ କଟକଣା କାରଣରୁ ମହାପ୍ରଭୁଙ୍କ ହରିହର ପଙ୍ଗତକୁ ସର୍ବସାଧାରଣ ଙ୍କର ପାଇଁ ବନ୍ଦ କରାଯାଇଥିଲା । ବର୍ତମାନ ଧୀରେ ଧୀରେ କଟକଣା କୋହଳ ହେବା ପରେ ଗତକାଲି ଉପଜିଲ୍ଲାପାଳ ଙ୍କର ଅଧ୍ୟକ୍ଷତାରେ ସ୍ଥାନୀୟ ପ୍ରଶାସନ ଓ ମନ୍ଦିର ପ୍ରଶାସନ ତଥା ସେବାୟତ ମାନଙ୍କର ମଧ୍ୟରେ ହୋଇଥିବା ଆଲୋଚନା ପରେ ଆଜି ପୁଣି ମହାପ୍ରଭୁଙ୍କ ହରିହର ପଙ୍ଗତ ସର୍ବସାଧାରଣଙ୍କୁ ବିତରଣ କରଯାଇଥିଲା । ଦୀର୍ଘ ଏଗାର ମାସ ର ଲମ୍ବା ପ୍ରତୀକ୍ଷା ପରେ ଆଜି ମହାପ୍ରଭୁଙ୍କ ମହାପ୍ରସାଦ ପାଇଥିବା ଶ୍ରଦ୍ଧାଳୁଙ୍କର ଖୁସି କହିଲେ ନସରେ । ଅନ୍ୟପଟେ ସେବାୟତ ତଥା ମନ୍ଦିର ପ୍ରଶାସନ ମଧ୍ୟ ଅତ୍ୟନ୍ତ ଖୁସି ଜାହିର କରିଛନ୍ତି । ଆଜି ସୁଜ୍ଞାନ୍ତ ତ୍ରିପାଠୀ , ମଧୁସୂଦନ ତ୍ରିପାଠୀ , ମନମିତ ପୁରୋହିତ , ନରସିଂହ ହୋତା , ସତ୍ୟ ପୁରୋହିତ , ଆଜାଦ ମାଝୀ , ଶ୍ରୀରାମ ପୁରୋହିତ ,ପ୍ରମୁଖ ମହାପ୍ରଭୁଙ୍କ ହରିହର ପଙ୍ଗତ ର ନୀତି ତୁଲେଇଥିବା ବେଳେ ପଣ୍ଡିତ ସୁଜ୍ଞାନ୍ତ ତ୍ରିପାଠୀ ମନ୍ତ୍ର ପାଠ କରିଥିବା କାର୍ଯନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.