ମାୟାନଗରୀରେ ପହଁଚିଲା ରାମଚନ୍ଦାନୀ ଦମ୍ପତିଙ୍କ ମଣିଷପଣିଆର ମହକ

0 2

ଏବେ ସାରା ଦେଶ ଜାଣିବ କିଏ ସେଇ ଦେବଦୁତ !

ଏକ ଟଙ୍କାରେ ଲୋକଙ୍କୁ ଚିକିତ୍ସା ସେବା ଯୋଗାଉଥିବା ଡାକ୍ତର ରାମଚନ୍ଦାନୀ ଦମ୍ପତିଙ୍କୁ ଇଣ୍ଡିଆନ ଆଇଡଲରୁ ଆମନ୍ତ୍ରଣ।

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)-ମାତ୍ର ଏକଟଙ୍କାରେ ଗରିବ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେଉଥିବା ଡାକ୍ତର ଶଙ୍କର ରାମଚନ୍ଦାନୀ ଦମ୍ପତିଙ୍କ ପାଖକୁ ସୋନୀ ଟିଭିର “ଇଣ୍ଡିଆନ ଆଇଲଡ” କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆମନ୍ତ୍ରଣ ଆସିଥିବା ଜଣାପଡିଛି। ଗତ ୭୨ ଘଣ୍ଟା ମଧ୍ୟରେ  ସାରା ଦେଶର ମିଡିଆ ଓ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଥିବା ବୁର୍ଲ୍ଲା ଭିମସାର ଡାକ୍ତରଖାନାର ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ ଦମ୍ପତ୍ତିଙ୍କ ପାଇଁ ଅନ୍ୟ ଏକ ଖୁସି ଖବର | ଆସନ୍ତା ସପ୍ତାହରେ ମୁମ୍ବାଇ ଠାରେ ଇଣ୍ଡିଆନ ଆଇଲଡ ଦ୍ବାରା ପ୍ରସ୍ତୁତ ହୋଇଥିବା ଷ୍ଟୁଡିଓରେ ଡାକ୍ତର ରାମଚନ୍ଦାନୀ ଦମ୍ପତ୍ତି ପହଞ୍ଚିବେ।ସେହି କାର୍ଯ୍ୟକ୍ରମରେ ଉଭୟ ଡାକ୍ତର ଦମ୍ପତ୍ତିଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ସୋନୀ ଟିଭି ଇଣ୍ଡିଆନ ଆଇଲଡ କାର୍ଯ୍ୟକ୍ରମ ପ୍ରଯୋଜନକାରୀ ସଂସ୍ଥା ପକ୍ଷରୁ ମୁମ୍ବାଇରେ ଥିବା ଜଣେ ଡାକ୍ତର ବନ୍ଧୁଙ୍କ ପାଖରୁ ଡାକ୍ତର ରାମଚନ୍ଦାନୀଙ୍କ ଫୋନ ନମ୍ବର ଖୋଜି ତାଙ୍କ ସହ କନଫରେନ୍ସ ଜରିଆରେ ରାମଚନ୍ଦାନୀଙ୍କ ସହ କଥାବାର୍ତ୍ତ ହୋଇ ସ୍ବୀକୃତି ନେଇଥିଲେ। 

ଜୁନିୟର ଡାକ୍ତର ଥିବା ସମୟରୁ  ଡାକ୍ତର ରାମଚନ୍ଦାନୀ ଗରିବ ରୋଗୀଙ୍କ ସେବାକୁ ପ୍ରାଧାନ୍ୟ ଦେଇ ଆସିଥିବା ବେଳେ ସହକାରୀ ପ୍ରଫେସର ହେବା ପରେ ଗତ ୧୩ ତାରିଖ ଠାରୁ ଉଭୟ ଦମ୍ପତ୍ତି ବୁର୍ଲା ଇନ୍ଦିରା କ୍ଳବ ନିକଟରେ ଏକ ଭଡା ଗୃହରେ କ୍ଲିନିକ ଖୋଲି ଗରିବ ରୋଗିଙ୍କୁ  ମାତ୍ର ଏକ ଟଙ୍କାରେ ଚିକିତ୍ସା ସେବା ଯୋଗାଇ ୪ ଦିନ ଭିତରେ ଶତାଧିକ ଗରିବ ରୋଗୀଙ୍କ ସେବା କରିସାରିଲେଣି। ଆମ ଚ୍ୟାନେଲ ପକ୍ଷରୁ ଏହି ଦରଦୀ ପରୋପକାରୀ ଡାକ୍ତର ଦମ୍ପତ୍ତିଙ୍କ ଦୀର୍ଘ ଜୀବନ କାମନା ସହ ତାଙ୍କର ଉତ୍ତୋରତର ଉନ୍ନତି କାମନା କରୁଛୁ।

Leave A Reply

Your email address will not be published.