ଚାଉଁରପୁରରୁ ଘଣ୍ଟେଶ୍ବରୀ ରାସ୍ତା ସମେତ ୩ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ I

0 2

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଚାଉଁରପୁରରୁ ଘଣ୍ଟଶ୍ଵରୀ ଏବଂ ଚାରପାଲିରୁ ତୁଲୁଣ୍ଡି ଶାସନ, କମଲ ଛକରୁ ବିଶାଳଖିଣ୍ଡା ପର୍ଯ୍ୟନ୍ତ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ତ୍ତ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବ ଯୋଗ ଦେଇ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ I ମନ୍ତ୍ରୀ ଶ୍ରୀ ମଲ୍ଲିକଙ୍କ ସହ ସମ୍ବଲପୁର ଲୋକସଭା  ସାଂସଦ ନିତେଶ ଗଙ୍ଗଦେବ, ରେଙ୍ଗାଲି ବିଧାୟକ ନାଉରୀ ନାୟକ, ବିଜେଡି ଜିଲ୍ଲା ସଭାପତି ସିଦ୍ଧାର୍ଥ ଦାଶ, ବିଜେଡି ନେତା ମୋତିଲାଲ ତନ୍ତୀ, ବ୍ଲକ ଅଧ୍ୟକ୍ଷା ସୀତା ଛୁରିଆ, ଉପାଧ୍ୟକ୍ଷା ସୁଷମା ସାହୁ, ଜିଲ୍ଲା ପରିଷଦ ସଭ୍ୟI ସଂଯୁକ୍ତା ପ୍ରଧାନ ଅତିଥି ଭାବରେ ଯୋଗ ଦେଇଥିଲେ ।

 

ବହୁ ଦିନର ଦାବି ପରେ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବାରୁ ଜନସାଧାରଣ ଖୁସି ଜାହିର କରିଛନ୍ତି। କାର୍ଯ୍ୟକ୍ରମରେ ପୂର୍ତ୍ତ  ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ, ନିର୍ବାହୀ ଯନ୍ତ୍ରୀ (ଡିଭିଜନ୍ – ୨) ବଶିଷ୍ଠ ପଟ୍ଟନାୟକ, ଏସଡିଓ ଶେଖ ମୁକସ୍ତାର, ବିଜେଡି ନେତା ଦେବେନ ପତି, ଧନକଉଡା ବ୍ଲକ ବିଜେଡି ସଭାପତି  ଯତୀନ୍ଦ୍ର ସାହୁ, ଯୋଗେନ୍ଦ୍ର ମାଝି, ଦେବେନ୍ଦ୍ର ନାୟକ,  ରାଜ୍ୟ ବିଜୁ ଯୁବ ଜନତା ଦଳର ସଂପାଦକ ମନୋଜ ମହାପାତ୍ର, ଚିତ୍ତ ବାଗ, ପ୍ରଶାନ୍ତ ସେଠ, ଜଗଦୀଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ Iରେଙ୍ଗାଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ) କମଲ ଛକ ରୁ ନୂଆଁମୁଡା ଛକ ରାସ୍ତା ଉନ୍ନତି ୮.୪୩ କି.ମି ର  ପ୍ରଶାସନିକ ସ୍ଵିକୃତି ରାଶି – ୭୨୬.୨୭ ଲକ୍ଷ, ଚାଉଁରପୁର ରୁ ଘଣ୍ଟେଶ୍ଵରୀ ରାସ୍ତା ଉନ୍ନତି ୧୧.୩୯ କି.ମି. ର ପ୍ରଶାସନିକ ସ୍ଵିକୃତି ରାଶି – ୧୦୦୮.୩୭ ଲକ୍ଷ   ଓ ଚାରପାଲି ରୁ ତୁଲୁଣ୍ଡି ରାସ୍ତା ଉନ୍ନତି ୬.୫୦ କି.ମି. ର ପ୍ରଶାସନିକ ସ୍ଵିକୃତି ରାଶି- ୭୬୫.୭୩ ଲକ୍ଷ  ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ (ଇସ୍ପାତ,ଖଣି ଓ ପୂର୍ତ୍ତ ବିଭାଗ)ଙ୍କ କରକମଳରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

 

Leave A Reply

Your email address will not be published.