ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)- ସମ୍ବଲପୁର ଜିଲ୍ଲାରେ ପ୍ରଥମ ଥର ପାଇଁ ବିଜୁ ଜନତାଦଲର ରାଜ୍ୟ ସମ୍ପାଦକ ଶୈଳେଶ ଦାନୀ ସମ୍ବଲପୁର ଜିଲ୍ଲାର ବୁଢାରାଜା ହାଇସ୍କୁଲକୁ ପୋଷ୍ୟ ବିଦ୍ୟାଳୟ ଭାବରେ ଗ୍ରହଣ କରିବା ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୟୁଟର ମାଧ୍ୟମରେ ଅନୁରୋଧ ଜଣାଇଛନ୍ତି । ଏ ସମ୍ଵନ୍ଧରେ ଓଡ଼ିଶା ଗଣଶିକ୍ଷା ବିଭାଗର ଶାସନ ସଚିବ ଏବଂ ସମ୍ବଲପୁର ଜିଲ୍ଲାପାଳଙ୍କୁ ମଧ୍ୟ ଇମେଲ ମାଧ୍ୟମରେ ଅନୁରୋଧ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ସୂଚନା ଦେଇଛନ୍ତି ଯେ ସର୍ବପ୍ରଥମେ ବିଦ୍ୟାଳୟର ମରାମତି କାର୍ଯ୍ୟ କୁ ତ୍ବାରାନ୍ବିତ କରାଯିବ ଏବଂ ତାପରେ ଏକ ଉନ୍ନତ ମାନର ଶୌଚାଳୟ, ପିଇବାପାଣି ଏବଂ ଖେଳାପଡ଼ିଆ କାମ ଆରମ୍ଭ ହେବ ! ସ୍କୁଲରେ ସ୍ୱଚ୍ଛ ପରିବେଶ ରଖିବା ପାଇଁ ବିଭିନ୍ନ ସ୍ଥାନରେ ଡ଼ଷ୍ଟବିନ ବ୍ୟବସ୍ଥା କରାଯିବ। ଆଗାମୀ ଡିସେମ୍ବର ମାସ ସୁଦ୍ଧା ସ୍କୁଲରେ ଏକ E-Class Room ର ବ୍ୟବସ୍ଥା କରାଯିବ, ଯୋଉଁଥିରେ ଅଟୋମେଟେଡ଼ ଟିଚିଙ୍ଗ ବ୍ୟବସ୍ଥା ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବ ବୋଲି ଶ୍ରୀ ଦାନୀ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.