ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟ ପରିଦର୍ଶନ କଲେ ବିଭାଗୀୟ ମନ୍ତ୍ରୀ     

0 2

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା ବୁରୋମାଲ ବୁଡାପଡା ଉପକଣ୍ଠରେ ଥିବା ଝାଡେଶ୍ଵରୀ ସ୍ଵତନ୍ତ୍ର ଦିବ୍ୟାଙ୍ଗ ସ୍କୁଲକୁ ସାମାଜିକ  ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ମାନ୍ୟବର ମନ୍ତ୍ରୀ ଅଶୋକ କୁମାର ପଣ୍ଡା ବିଦ୍ୟାଳୟ ପରିଦର୍ଶନ କରି ପିଲାଙ୍କ ସ୍କୁଲର ସୁବିଧା ଅସୁବିଧା ବିଷୟରେ ପଚାରିବା ସହ ଦୃଷ୍ଟି ବଧିତ,ମୁକ ବଧିର, ମାନସିକ ଅନଗ୍ରସର ଓ ମଷ୍ଟିସ୍କ ପକ୍ଷଘାତ  ପିଲାଙ୍କୁ  ପ୍ରଦାନ କରୁଥିବା ସ୍ବତନ୍ତ୍ର ଶିକ୍ଷା, ବ୍ରେଲି ଶିକ୍ଷା, ବାକ ଚିକିତ୍ସା, ଶାରୀରିକ ଚିକିତ୍ସା, ଭୌତିକ ଚିକିତ୍ସା ତଥା  ଡିଜିଟାଲ ମାଧ୍ୟମ ରେ ଶିକ୍ଷା  ବିଷୟରେ ପଚାରି ବୁଝି ଥିବା ବେଳେ ଶ୍ରେଣୀ ଗୃହ ବୁଲି ଦେଖିଥିବା ବେଳେ ବିଦ୍ୟାଳୟର ଥିବା ତିନି ଜଣ ଅନ୍ତେବାସୀ ଅନ୍ତେବାସୀନିଙ୍କ ସହ ଭାବ ଆଦାନ ପ୍ରଦାନ କରିଥିଲେ ।

ଏଇ ଅବସର ରେ  ଭାରପ୍ରାପ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ମଦନଜିତ ହୋତା ଓ ସଦର ସାମାଜିକ ସୁରକ୍ଷା ଅଧିକରିଣୀ ପ୍ରତିଭା ବେହେରା ବିଦ୍ୟାଳୟର ମଧ୍ୟ ସାଥିରେ ପରିଦର୍ଶନ କରିଥିବା ବେଳେ ବିଦ୍ୟାଳୟ  ପ୍ରତିଷ୍ଠାତା ବିବେକା ନନ୍ଦ ମିଶ୍ର, କାର୍ଯ୍ୟକାରୀ ସଭାପତି ପଣ୍ତିତ ନିକୁଞ୍ଜ ବିହାରୀ ମିଶ୍ର, ସଚିବ ହରିଶଙ୍କର ପୁରୋହିତ, ଅଧକ୍ଷା ମମତା ଦାଶ, ସ୍ଵତନ୍ତ୍ର ଶିକ୍ଷୟତ୍ରୀ ନମିତା ନାଥ, ସୁଲୋଚନା ସାହୁ,ଉପେନ୍ଦ୍ର ଭାଇଁସା, ସୁରେନ୍ଦ୍ର ମହନନ୍ଦ, କାନ୍ତା ନାଏକ, ଲହିତା ମରେଇ, ରମିତା ସେଠ ପ୍ରମୁଖ  ଉପସ୍ଥିତ ଥିଲେ।ବିଦ୍ୟାଳୟ ତରଫରୁ କିଛି ଅସୁବିଧା ବିଷୟରେ ମନ୍ତ୍ରୀଙ୍କୁ  ଅବଗତ କରା ଯାଇ ଥିବା ବେଳେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା  ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

 

Leave A Reply

Your email address will not be published.