ଝାରସୁଗୁଡ଼ା ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଶୋକସଭା

0 2

ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା: ଭୁଲିଆଟିକ୍ରା ପ୍ରାଥମିକ ବିଦ୍ୟାଳୟର ସ୍ବର୍ଗୀୟା ଶିକ୍ଷୟିତ୍ରୀ ସୀତା ନାଏକଙ୍କ ବିୟୋଗରେ ଝାରସୁଗୁଡ଼ା ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଝାରସୁଗୁଡ଼ା ବ୍ଲକ ଶିକ୍ଷକ କଲ୍ୟାଣ ସଂଘ ପାଣ୍ଠିରୁ ତାଙ୍କ ସ୍ବାମୀଙ୍କୁ ୧୦ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଛି । ଶୋକସଭାରେ ଝାରସୁଗୁଡ଼ା ବ୍ଲକ  ସଭାପତି ଅଶୋକ ମହାପାତ୍ର, ସମ୍ପାଦକ ଲିଙ୍ଗରାଜ ବେହେରା, ଯୁଗ୍ମ ସମ୍ପାଦକ କିରଣ କୁମାର ସାହୁ, ସାଂଗଠାନିକ ସମ୍ପାଦକ ସୁରେଶ ବିଶି, କୋଷାଧ୍ୟକ୍ଷ ଅଶୋକ ପଟ୍ଟନାୟକ, ଜିଲା ମହିଳା ସେଲ ସଭାନେତ୍ରୀ ଜ୍ୟୋତିର୍ମୟୀ ବେହେରା, ଜିଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ହେମସାଗର ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.