ଜ୍ଞାନଯଜ୍ଞ ହିଁ ସରସ୍ଵତୀ ପୂଜାର ପ୍ରକୃତ ମହତ୍ତ୍ବ 

0 2

 

 ଜଟିଆ ପାଲି ଗ୍ରାମରେ ସରସ୍ଵତୀ ମହୋତ୍ସବ ଓ ପ୍ରତିଭା ପୂଜନ ସମାରୋହ ଅନୁଷ୍ଠିତ ।

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ): ସମ୍ବଲପୁର ଜିଲ୍ଲା  କୁଚିଣ୍ଡା ବ୍ଲକ ପାରୁଆଭାଡ଼ି ଗ୍ରାମ ପଞ୍ଚାୟତ ର  ଜଟିଆପାଲି ଗ୍ରାମରେ  ଡଃ.ଏ.ପି.ଜେ. ଅବଦୁଲ କଲାମ ଯୁବ କ୍ଲବ୍ ପକ୍ଷରୁ କୋଭିଡ୍ କଟକଣା ଭିତରେ ସରସ୍ଵତୀ ମହୋତ୍ସବ ଓ ପ୍ରତିଭା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଇ ଉପଲକ୍ଷେ କ୍ଲବ୍ ର ସଭାପତି ଶ୍ରୀ ଅମୃତ ବାଦୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଉତ୍ସବରେ ସାହିତ୍ୟିକ ଓ ସମାଜ ସେବୀ ଶ୍ରୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଓ ମହିମା ଧର୍ମ ପ୍ରଚାରକ ଶ୍ରୀ ବାଗେଶ୍ୱର ବାଦୀ, ନେହେରୁ ଯୁବ କେନ୍ଦ୍ର, ସମ୍ବଲପୁରର କୁଚିଣ୍ଡା ବ୍ଲକ ସଂଯୋଜକ ଶ୍ରୀ ପ୍ରବିର ବେହେରା, ସାମ୍ବାଦିକ ଗଗନ ଶର୍ମା, ସାମ୍ୱାଦିକ ଜୟକିଶୋର ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଜ୍ଞାନଯଜ୍ଞ  ହିଁ ସରସ୍ଵତୀ ପୂଜାର ପ୍ରକୃତ ମହତ୍ତ୍ଵ ବୋଲି ବାକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଉତ୍ସବରେ ମୂଖ୍ୟଅତିଥି ସୁବାସ ନାୟକଙ୍କୁ  କ୍ଲବ୍ ପକ୍ଷରୁ କଲାମ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ସୁଗାୟିକା ଭାବରେ ସୁଶ୍ରୀ ପ୍ରେମାଙ୍ଗିନି ବେହେରା, ରଶ୍ମି ବାଦୀ, ଗାୟକ ଦୟାସାଗର କୁସୁମ, ଗଣପତି କୁସୁମ ନୃତ୍ୟାଙ୍ଗନା ଭାବରେ ପୁନମ ବାଦୀ, ହସିନା କର, ଭାରତୀ ବାଦୀ ଓ ଜଗନ୍ନାଥ ବାଦୀଙ୍କୁ ମୂଖ୍ୟ ଅତିଥି ପୁରସ୍କୃତ କରିଥିଲେ l ଶେଷରେ ଶ୍ରୀ ସୁଦାମ ବାଦୀ ଧନ୍ୟବାଦ ଅର୍ପଣ କରିଥିଲେ l ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯାଇଥିଲା l

Leave A Reply

Your email address will not be published.