ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା ଲଇକେରା ବ୍ଲକ ଅନ୍ତର୍ଗତ ପାକେଲପଡ଼ା ପଞ୍ଚାୟତରେ ଏକ ୧୭ ବର୍ଷିଆ ନାବାଳିକା ବିବାହକୁ ରୋକାଯାଇଛି । ନାବାଳିକାଙ୍କର ସମ୍ବଲପୁର ଜିଲା ବାମରା ବ୍ଲକର ଜଣେ ୨୫ ବର୍ଷିୟ ଯୁବକ ସହ ବାହା ହେବା ପାଇଁ ସ୍ତ୍ରୀରିକୃତ ହୋଇଥିଲା । ଆଜି କୌଣସି ସୂତ୍ରରୁ ଖବର ପାଇ ଲଇକେରାର ଶିଶୁ ସୁରକ୍ଷା ପ୍ରକଳ୍ପ ଅଧୁକାରୀ ତଥା ବାଲ୍ୟ ବିବାହ ଅଧୁକାରୀ ରାଜେଶ୍ଵରୀ ସେଠି ଚାଇଲଡ଼ ଲାଇନର କେନ୍ଦ୍ର ସଂଯୋଜକ ଆଶିଷ କୁମାର ପଣ୍ଡା, ଆଇସିଡ଼ିଏସ ସୁପରଭାଇଜର ପଦ୍ଧିନୀ ସାହୁ, ଚାଇଲଡ଼ ଲାଇନ ସଦସ୍ୟା ଟିକେଶ୍ଵରୀ ପଟେଲ ନାବାଳିକା ଘରେ ପହଞ୍ଚି ଥିଲେ । ବାଲ୍ୟ ବିବାହର କୁପରିଣାମ ଓ ବାଲ୍ୟ ବିବାହ ନିଷେଧ ଆଇନ ବିଷୟରେ ଚାଇଲଡ଼ ଲାଇନର କେନ୍ଦ୍ର ସଂଯୋଜକ ଶ୍ରୀ ପଣ୍ଡା ନାବାଳିକାର ବାପା, ର୍ମୀଙ୍କୁ ବୁଝାଇଥିଲେ । ନାବାଲିକାର ବାପା, ନାଁ ଆଇନ ସମ୍ପର୍କରେ ବୁଝି ସାରିବା ପରେ ନାବାଳିକାକୁ ୧୮ ବର୍ଷ ସମ୍ପୂର୍ଣ୍ଣ ହେବାପରେ ବିବାହ କରିବା ପାଇଁ ରାଜି ହେବା ସହ ରାଜିନାମା ପତ୍ର ଦେଇଥିଲେ । ଏହି ସମୟରେ ଗ୍ରାମର ୱାର୍ଡ ମେମ୍ବର, ନାଏବ ସରପଞ୍ଚ, ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀ ଉପସ୍ଥିତ ଥିଲେ । ଏନେଇ ସାହାସପୁର ଫାଣ୍ଡିରେ ଏକ ଷ୍ଟେସନ ଡାଏରି ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.
Next Post