ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡ଼ା : ଏଇତ ଜୀବନ ଚାରିଟେବଲ ଟ୍ରଷ୍ଟ ଓ ଜାଗୃତି ମହିଳା ମଣ୍ଡଳର ମିଳିତ ଆନୁକୂଲ୍ୟରେ ଝାରସୁଗୁଡ଼ା ମଙ୍ଗଲବଜାରଠାରେ ଥିବା ରକ୍ତଭଣ୍ଡାର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ଆଇନଜୀବୀ ମାନସ ସିହ୍ନା ଓ ଖିଦ୍ୟୁତ୍ କମିଟିର ଅଧ୍ୟକ୍ଷ ଏମ୍ଡି ନାସିର ଅତିଥି ଭାବରେ ଯୋଗଦେଇ ଶିବିର ଉଦ୍ଘାଟନ କରିଥିଲେ। ଏଥିରେ ୩୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଜାଗୃତି ଶାଖା ଏବଂ ଏଇ ତ ଜୀବନ ଚାରିଟେବଲ ଟ୍ରଷ୍ଟର ସଦସ୍ୟ କବିତା ପଣ୍ଡା, ମୀନର୍ଭା ପଣ୍ଡା, ବବିତା ମୋଦି, ଭାଦ୍ରାବତୀ ରାଓ, ପ୍ରଣତୀ ଜେନା, ସୁଜାତା ଅଗ୍ରୱାଲ, ସୁଜାତା ମିଶ୍ର ପ୍ରମୁଖ ଶିବିର ପରିଚାଳନା କରିଥିଲେ । ସୋନୁ ଯାଦବ ଓ ଜିତୁ ପୂଜାରୀ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.