ସହରାଞ୍ଚଳରେ ଫାଇଲେରିଆ ଔଷଧ ସେବନ ର ମାତ୍ରା ବୃଦ୍ଧି କରିବାକୁ ଜିଲ୍ଲାପାଳଙ୍କ ନିର୍ଦେଶ

0 2

ଝାରସୁଗୁଡ଼ା :(ସୁଭାଷ ସହାରେ):ଝାରସୁଗୁଡ଼ା : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜିଲ୍ଲାର ସମସ୍ତ ଜନସାଧାରଣ ଙ୍କୁ ଫାଇଲେରିଆ ର ଔଷଧ ସେବନ କରାଯାଉଛି ।ଏଥିରେ ଅଙ୍ଗନବାଡ଼ି କର୍ମୀ ଓ ଆଶା କର୍ମୀମାନେ ଘରକୁ ଘର ଯାଇ ଔଷଧ ସେବନ କରାଉଛନ୍ତି ।ତଥାପି ସହରରାଞ୍ଚଳ ର କେତେକ ଜାଗାରେ ଜନାସାଧାରଣ ଔଷଧ ସମ୍ପୂର୍ଣ୍ଣ ଭାବରେ ଖଉନଥିବାରୁ, ସେମାନଙ୍କୁ ସଚେତନ କରାଇବାକୁ ଜିଲ୍ଲାପାଳ ସରୋଜ କୁମାର ସାମଲ ନିର୍ଦେଶ ଦେଇଛନ୍ତି ।ଏହା ବ୍ୟତିତ ସମସ୍ତ ସୁପରଭାଇଜର ଯେପରି ଠିକ ଭାବରେ ତଦାରଖ କରିବେ ,ସେଥିପ୍ରତି ଦୃଷ୍ଟି ଦେବାକୁ ପରାମର୍ଶ ଦେବାସହ ସ୍ବାସ୍ଥ୍ୟବିଭାଗ ବ୍ୟତୀତ ସମସ୍ତ ସି ଡି ପି ଓ ଏବଂ ଆଇ ସି ଡ଼ି ଏସ ସୁପରଭାଇଜର ଙ୍କୁ ନିୟମିତ ତଦାରଖ କରିବା ପାଇଁ ପରାମର୍ଶ ଦେଇଛନ୍ତି ।ଏଠାରେ ସୂଚନାଯୋଗ୍ୟ ଯେ ଜିଲ୍ଲାରେ ଗତ ଫେବୃଆରୀ ୧୦ ତାରିଖରେ ଜିଲ୍ଳାପାଳ ଅନ୍ୟ ଅତିଥିଙ୍କ ଗହଣରେ ନିଜେ ସର୍ବ ସମ୍ମୁଖରେ ଫାଇଲେରିଆ ଔଷଧ ସେବନ କରି ଏହାର ଶୁଭାରମ୍ଭ କରିଥିଲେ ।ଆସନ୍ତା ୧୯ ଫେବୃଆରୀ ଯାଏ ଚାଲିବାକୁ ଥିବା ଏହି ଅଭିଯାନରେ ସମସ୍ତ ଜନସାଧାରଣ ସାମିଲ ହୋଇ ଔଷଧ ସେବନ କରିବାକୁ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି ।ଏଥିରେ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଗଲେ ଆଦୌ ବିଚଳିତ ହେବେ ନାହିଁ ବରଂ ଫାଇଲେରିଆ ର କିଟାଣୁ ମରୁଥିବା ସମୟରେ ଏହା ହୋଇଥାଏ ବୋଲି ସ୍ବାସ୍ଥ୍ୟବିଭାଗ ତରଫରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.