କଳାହାଣ୍ଡି/ତୁଳମଣି ନାଗ(ଶାସକ ପ୍ରଶାସକ)-କେନ୍ଦ୍ର ସରକାରଙ୍କ ବିଫଳ ଅର୍ଥନୀତି, କୃଷକ ବିରୋଧୀ କଳା କୃଷି ଆଇନ , ପେଟ୍ରୋଲ ଓ ଡିଜେଲ ଦରଦାମ୍ ବୃଦ୍ଧି ତଥା ଏକଛତ୍ରବାଦୀ ଶାସନର ।ଦୃଢ଼ ପ୍ରତିବାଦ କରି ଓଡ଼ିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ସମଗ୍ର ରାଜ୍ୟରେ ସକାଳ ୭ ଘଣ୍ଟା ରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଥିଲା। ଯାହାର ପ୍ରଭାବ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର ଠାରୁ ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ପର୍ଯ୍ୟନ୍ତ ଦେଖିବାକୁ ମିଳିଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ଦିନକୁ ଦିନ ପେଟ୍ରୋଲ ,ଡ଼ିଜେଲ,ରନ୍ଧନ ଗ୍ୟାସର ଦର ଅହେତୁକ ଭାବେ ବୃଦ୍ଧି ପାଇଚାଲିଥିବା ବେଳେ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।ଆଉ କିଛି ଦିନ ପରେ ପେଟ୍ରୋଲ ଡିଜେଲର ଦର ୧୦୦ଟଙ୍କାକୁ ଛୁଇଁବା ଜଳଜଳ ହୋଇ ଦେଖାଯାଉଛି। ଯଦ୍ୱାରା ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଉଥିବା ଯୋଗୁଁ ଗରୀବ ଖଟିଖିଆଙ୍କ ସହିତ ମଧ୍ୟବିତ୍ତ ଶ୍ରେଣୀ ଲୋକଙ୍କ ମଧ୍ୟରେ ସରକାରଙ୍କ ପ୍ରତି ଏକପ୍ରକାର ଆସ୍ଥା ତୁଟିବାକୁ ବସିଲାଣି । ସରକାର ତଥାପି ନୀରବ ଦ୍ରଷ୍ଟା ସାଜି ରହୁଥିବାରୁ ଏହାର ପ୍ରତିବାଦ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସାରା ରାଜ୍ୟରେ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଯାହାର ପ୍ରଭାବ କଳାହାଣ୍ଡି ଜିଲ୍ଲାର ଜୁନାଗଡ଼, କୋକସରା,ଥୁଆମୂଳ ରାମପୁର, କଲମପୁର,ଧର୍ମଗଡ, ଗୋଲାମୁଣ୍ଡା କେସିଙ୍ଗା , ମଦନପୁର ରାମପୁର,ନର୍ଲା,କର୍ଲ୍ଲାମୁଣ୍ଡା, ଲାଞ୍ଜିଗଡ଼, ଜୟପାଟଣା ସମେତ ଜିଲ୍ଲା ସଦରମହକୁମା ଭବାନୀପାଟଣା ସହରରେ ମଧ୍ୟ ଦେଖିବାକୁ ମିଳିଥିଲା। ନିର୍ଦିଷ୍ଟ ସମୟ ମଧ୍ୟରେ କେବଳ ଆମ୍ବୁଲାନ୍ସ ସେବା, ବିବାହ ଉତ୍ସବରେ ଯାଉଥିବା ଗାଡ଼ି ତଥା କିଛି ଅତ୍ୟାବଶ୍ୟକୀୟ ସେବା ବ୍ୟତୀତ ସାଧାରଣ ପରିବହନ ସେବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ବସ ଚଳାଚଳ ବନ୍ଦ ଥିବା ଯୋଗୁଁ ସହରର ମୂଖ୍ୟ ବସଷ୍ଟାଣ୍ଡ ଖାଁ ଖାଁ ଲାଗୁଥିଲା। ସେହିପରି ଦୋକାନ- ବଜାର ସ୍କୁଲ- କଲେଜ ଓ ସରକାରୀ କାର୍ଯ୍ୟାଳୟ ସବୁ ବନ୍ଦ ରହିଥିଲା।
Sign in
Sign in
Recover your password.
A password will be e-mailed to you.
