ଏଠି ବିକାଶ ଭାରି ଜୋରରେ ଦୌଡୁଛି 

0 2

୧୦ବର୍ଷ ହେଲାଣି, ନୂତନ ଅଙ୍ଗନବାଡ଼ି ନିର୍ମାଣ କାମ ସରିନି ।

http://www.youtube.com/watch?v=YauAWq0mnEI 

ମାଲକାନଗିରି : (ବି ଶ୍ରୀନିବାସ ପାତ୍ର)ମାଲକାନଗିରି ଭଳି ଆଦିବାସୀ ବହୁଳ ପଛୁଆ ଜିଲ୍ଳାକୁ ମୁଖ୍ୟଶ୍ରୋତ ରେ ଯୋଡିବା ପାଇଁ ରାଜ୍ୟ ସରକାର ବହୁ ଯୋଜନା ତଥା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି l  ରାଜ୍ୟର ବିକାଶରେ ଶିଶୁ ମାନଙ୍କୁ ଗୁରୁତ୍ୱ ଦେବାପାଇଁ ସମସ୍ତ ସରକାରୀ ସ୍ତରରେ ହେଉ କିମ୍ବା ବେସରକାରୀ ସ୍ତରରେ  ଆଜିର ଶିଶୁ କାଲିର ଭବିଷ୍ୟତ  ଭଳି ବିଭିନ୍ନ ସ୍ଲୋଗାନ ରେ କିଭଳି ସୀମିତ ରହିଛି ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି  ମାଲକାନଗିରି ଜିଲ୍ଳାର ପଡିଆ ବ୍ଲକ ଅନ୍ତର୍ଗତ ମାଟେରୁ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ତେଗଡାପାଲ୍ଲୀ ଗ୍ରାମରେ l ଗ୍ରାମରେ ପ୍ରାୟ ପାଖାପାଖି ଶହେ ପରିବାର ବାସକରୁଛନ୍ତି l  ଶିଶୁ ମାନଙ୍କ ପାଇଁ ଉଦ୍ଧିଷ୍ଟ ଏକ ଅଙ୍ଗନବାଡି ରହିଥିବା ବେଳେ ତାହା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି l  ଆଜକୁ ପ୍ରାୟ ଦଶ ବର୍ଷରୁ ଉର୍ଦ୍ଧ ସମୟ ହେଲାଣି ଶିଶୁମାନଙ୍କ ପାଇଁ ନୂତନ ଅଙ୍ଗନବାଡି଼ର କାମ ସମ୍ପୂର୍ଣ ହୋଇପାରିନାହିଁ l  ଏହି ଅଙ୍ଗନବାଡି ର ନିର୍ମାଣ କାର୍ଯ୍ୟ ପଡିଆ ଅଞ୍ଚଳର ସିଂ ନାମକ ଏକ ଠିକାଦାର କାର୍ଯ୍ୟାଦେଶ ନେଇ ଥିବା ବେଳେ ଦୁଇ ଥର ଛାତ ପକାଇ ଭାଙ୍ଗି ଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ଏହି ବାବଦରେ ପଡ଼ିଆ ବି ଡି ଓ ଙ୍କ ସହ ଦୀର୍ଘ ଏକ ସପ୍ତାହରୁ ଉର୍ଦ୍ଧ ଦିନ ହେବ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ବି ଡି ଓ ମହୋଦୟଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ l ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ସ୍ଥାନୀୟ ସରପଞ୍ଚ ଠୁ ଆରମ୍ଭ କରି ବ୍ଲକ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ l ଯାହାଫଳରେ   ବାଧ୍ୟ ହୋଇ ଏହି ମାମଲା କୁ ସେମାନେ  ଗଣମାଧ୍ୟମ ପ୍ରତିନଧି ମାଧ୍ୟମରେ ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ନିବେଦନ କରିଛନ୍ତି ।

Leave A Reply

Your email address will not be published.