ଉପନଗରପାଳ ଜିତେନ୍ଦ୍ରଙ୍କୁ ଗ୍ରୀନ ଫିଙ୍ଗର ନ୍ୟାସନ୍ୟାଲ ଆୱାର୍ଡ 

0

  କଥା ସମ୍ରାଟ ଫକୀର ମୋହନ ସେନାପତିଙ୍କ ମହାପ୍ରୟାଣ  ଶତବାର୍ଷିକୀ

ବାରିପଦା(ଦିଲ୍ଲୀପ ମହାନ୍ତି )- ସ୍ଥାନୀୟ ସେଣ୍ଟର ଫର୍ ସୋସିଆଲ ଆଣ୍ଡ କଲ୍ଚରାଲ ଏକ୍ସଲେନ୍ସ , ମୟୂରଭଞ୍ଜ ପୁସ୍ତକ ମେଳା, ବିଜୟିନୀ ପବ୍ଲିକେଶନ ଓ ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ମିଳିତ ଆନୁକୂଲ୍ୟରେ ବାରିପଦା ସହୀଦ ସ୍ମୃତି ଭବନ ପରିସରରେ କଳା, ସାହିତ୍ୟ ଓ ସଂସ୍କୃତି ମିଳନର ମହାପର୍ବ ମିଲିୟନ ଡ୍ରିମସ୍ ସାହିତ୍ୟ ମହୋତ୍ସବ  ମାଧ୍ୟମରେ କଥା ସମ୍ରାଟ ଫକୀର ମୋହନଙ୍କ ମହାପ୍ରଣାୟ ଶତବାର୍ଷିକୀ ପାଳିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ  ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କବି ତଥା ପଦ୍ମଶ୍ରୀ ଜୟନ୍ତ ମହାପାତ୍ର ଯୋଗ ଦେଇ ବାରିପଦା ପୌରପରିଷଦର ଉପନଗରପାଳ ଜିତେନ୍ଦ୍ର ମହାନ୍ତିଙ୍କୁ ପରିବେଶ ସୁରକ୍ଷା  ଓ ଜୀବନ ବିନ୍ଦୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ ଓ ପୌରପରିଷଦକୁ ପରିମଳ ମୁକ୍ତ କରାଇବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଗ୍ରୀନ ଫିଙ୍ଗର ନ୍ୟାସନ୍ୟାଲ ଆୱାର୍ଡ  ପୁରସ୍କାରରେ ସମ୍ମାନୀତ କରାଯିବା ସହିତ ଉପଢୌକନ  ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ସମୟରେ ମଞ୍ଚରେ ମୟୂରଭଞ୍ଜ ଡେପୁଟୀ କଲେକ୍ଟର ତଥା ଜିଲ୍ଲା ଜରୁରୀ ଅଧିକାରୀ ଡ଼ଃ ଦୟାସିନ୍ଧୁ ପରିଡ଼ା, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ବିଶ୍ୱ ବିଖ୍ୟାତ ଉଦ୍ଭିଦ ବିଜ୍ଞାନୀ ପ୍ରଫେସର ପ୍ରଦୀପ କୁମାର ଚାନ୍ଦ, ଲୋକପ୍ରିୟ ସ୍ତମ୍ଭକାର ତଥା ଗାଳ୍ପିକ ଗୌତମବୁଦ୍ଧ ଦାସ, କବି ତଥା ନାଟ୍ୟକାର ଇଂ ମନୋଜ ଦଳବେହେରା ଓ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଅଧ୍ୟାପିକା ରଞ୍ଜିତା ପାତ୍ର, ସେଣ୍ଟର ଫର ସୋସିଆଲ ଆଣ୍ଡ କାଲଚୁ୍ୟରାଲ ଆକ୍ସିଲେନ୍ସର ଆବାହକ ବିରଜା ପ୍ରସାଦ ନାୟକ ଓ ମୟୂରଭଞ୍ଜ ପୁସ୍ତକ ମେଳାର ସଭାପତି ପଦ୍ମନାଭ ସାହୁ , ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କୁଳପତି ବିଶ୍ୱ ବିଖ୍ୟାତ ଉଦ୍ଭିଦ ବିଜ୍ଞାନୀ ପ୍ରଫେସର ପ୍ରଦୀପ କୁମାର ଚାନ୍ଦ, ସେଣ୍ଟର ଫର୍ ସୋସିଆଲ ଆଣ୍ଡ କଲ୍ଚରାଲ ଏକ୍ସଲେନ୍ସର ଆବାହକ ବିରଜା ପ୍ରସାଦ ନାୟକ ଓ ମୟୂରଭଞ୍ଜ ପୁସ୍ତକ ମେଳାର ସଭାପତି ପଦ୍ମନାଭ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

 

 

Leave A Reply

Your email address will not be published.