ପଦୁଅଁ ଉପରେ ଭାରି ପଡିଲେ ନୃସିଂହ-ବିଜୟ ଯୋଡି

0 2

ପର୍ଜଙ୍ଗ(ଶାସକ ପ୍ରଶାସକ):ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ  ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଢେଙ୍କାନାଳ ଜିଲ୍ଲା ପରିଷଦ କୋଡିଏ ନମ୍ବର ଜୋନ୍ ଉପ -ନିର୍ବାଚନରେ ଉଡିଲା ବିଜେଡି ବାନା | ବିଜେପି ଉପରେ ଭାରି ପଡିଲେ ନୃସିଂହ-ବିଜୟ ଯୋଡି | ବିଜେପି ହାତରେ ଥିବା ଆସନକୁ ନିଜ ପକ୍ଷକୁ ଆଣିବା ସହିତ ଏକ ବୃହତ ବ୍ୟବଧାନରେ ବିଜୟୀ କରାଇବାରେ ସଫଳ ହୋଇଛି ବିଧାୟକ ଡ଼ ନୃସିଂହ ସାହୁ ଆଉ ବିଜେଡି ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଜୟ କୁମାର ନାୟକଙ୍କ ବ୍ୟବସ୍ଥିତ ତଥା ଯୋଜନାବଦ୍ଧ ରଣନୀତି ଓ ଅନ୍ୟନେତୃବୃନ୍ଦଙ୍କ ସହଯୋଗ |  ବିଜେଡି ପ୍ରାର୍ଥୀ ଶ୍ରୀମତୀ ମମତା ପାଣି ବିଜେପି ପ୍ରାର୍ଥୀଙ୍କ ଠାରୁ 6308 ଭୋଟ୍ ବ୍ୟବଧାନରେ ଜିତିବା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱlଧିନ ସରକାରଙ୍କ ଉପରେ ରାଜ୍ୟବାସୀଙ୍କର ଥିବା ଆସ୍ଥା ଓ ବିଶ୍ୱାସକୁ ପୁନଃ ପ୍ରମାଣିତ କରିଛି | 

  ଏହି ବିଜୟ ପରେ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ କହିଛନ୍ତି “ରାଜ୍ୟବାସୀଙ୍କର ଦୃଢ଼ ଆତ୍ମବିଶ୍ୱାସ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ  ବିଜେଡି କେବଳ ଓଡିଆ ଲୋକଙ୍କ  ଆଶା ଓ ଆକାଂକ୍ଷାକୁ ସମାଧାନ କରିବାରେ ଏବଂ ଓଡିଶାକୁ ଦେଶରେ ଅଗ୍ରଣୀ ରାଜ୍ୟରେ ପରିଣତ କରିବାରେ ସକ୍ଷମ। ବିଜେଡି ସରକାର ଜନସାଧାରଣଙ୍କୁ ସାମଗ୍ରିକ ଉନ୍ନତି ଏବଂ ଏକ ସ୍ୱଚ୍ଛ ପ୍ରଶାସନ ଦେବାରେ ଦକ୍ଷତା ଦଳ ଓ ସରକାରକୁ ଲୋକଙ୍କ ନିକଟତର କରିବା ସହ ଲୋକଙ୍କ ଆସ୍ଥା ଜିଣିପାରିଛି | ପର୍ଜଙ୍ଗ ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ପ୍ରାର୍ଥୀନୀଙ୍କ ବିପୁଳ ବିଜୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ମନରେ ଥିବା ପ୍ରଚଣ୍ଡ ଆସ୍ଥା ଓ ଭଲପାଇବାର ବିଜୟ  ” | ଶ୍ରୀ ନାୟକ ବିଜୁ ଜନତା ଦଳ ଓ ମୁଖ୍ୟମନ୍ତ୍ରୀ ଏବଂ ବିଧାୟକଙ୍କ ଉପରେ ଭରସା ଓ ବିଶ୍ୱାସ ରଖି ସେବା କରିବାର ସୁଯୋଗ ଦେଇଥିବାରୁ ଜୋନର ସମସ୍ତ ଜନସାଧାରଣଙ୍କୁ ଦଳ ପକ୍ଷରୁ କୃତଜ୍ଞତା,ଜ୍ଞାପନ କରିଛନ୍ତି  l ନବନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ମମତା ପାଣିଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣେଇବା ସହିତ ବିଧାୟକ ଡାକ୍ତର ନୃସିଂହ ସାହୁଙ୍କ ନେତୃତ୍ୱରେ ଅକ୍ଲାନ୍ତ ପରିଶ୍ରମ କରି ଦଳକୁ ବିପୁଳ ବିଜୟୀ କରାଇବାରେ ସହାୟକ ହୋଇଥିବା ସାଂସଦ ଶ୍ରୀ ମହେଶ ସାହୁ,ବିଧାୟକ ସୁଧୀର ସାମଲ,ବିଧାୟକ ବ୍ରଜ କିଶୋର ପ୍ରଧାନ, ବିଧାୟିକା ଶ୍ରୀମତୀ ସୀମାରାଣୀ ନାୟକ,ଯୁବ ନେତା ଅସିତ ରାୟଚୌଧୁରୀ, ପରଜଙ୍ଗ ନିର୍ବାଚନ ମଣ୍ଡଳୀର ସମସ୍ତ ଦଳୀୟ କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧି, କର୍ମୀ, ଯୁବ ଓ ମହିଳା ନେତୃତ୍ୱଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି ବିଜେଡି ଢେଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ ସାଧାରଣ ସମ୍ପାଦକ ବିଜୟ କୁମାର ନାୟକ |

 

 

 

 

Leave A Reply

Your email address will not be published.