ବିଧାୟକଙ୍କ ଦ୍ୱାରା ୪ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପଣ

0 2

ରେଢାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ : ଜଳ ସଂପଦ ବିଭାଗ ତରଫରୁ ସମ୍ବଲପୁର ଜିଲ୍ଲା  ନାକଟିଦେଉଳ ବ୍ଲକ୍‌ରେ ୪ ଟି ସ୍ଥାନରେ କ୍ଷୁଦ୍ର ଜଳ ସଂପଦ ପ୍ରକଳ୍ପର ଲୋକାର୍ପଣ ସ୍ଥାନୀୟ ବିଧାୟକଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି।

ନାକଟିଦେଉଳ ବ୍ଲକ୍ କିସିଣ୍ଡା ପଂଚାୟତର ଧଳପୁର ଠାରେ କ୍ଷୁଦ୍ରଜଳ ସେଚନ ବିଭାଗ ତରଫରୁ ଧଳପୁର କଟା ଟ୫୭ ଲକ୍ଷ, ୯୯ହଜାର,୭୬୦ ଟଙ୍କା, ଗିରିଶ୍ଚନ୍ଦ୍ରପୁର ମୁଖ୍ୟ କେନାଲ ର କଂକ୍ରିଟକରଣ ପାଇଁ ଟ ୪୮ ଲକ୍ଷ, ୯୩ ହଜାର, ୯୯୩ ଟଙ୍କା, ବାଟଗାଁ ଗ୍ରାମପଂଚାୟତର ଶଙ୍କରପୁର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ତରଫରୁ କଟାର ଉନ୍ନତିକରଣ ପାଇଁ ୪୯ ଲକ୍ଷ, ୩୦ ହଜାର, ୫୦ଟଙ୍କା ଓ କେଉଟବେନୀ କଟାର ଉନ୍ନତି ପାଇଁ ୫୩ ଲକ୍ଷ ୫୭ ହଜାର ଟଙ୍କାର ପ୍ରକଳ୍ପ କୁ ରେଢାଖୋଲ ବିଧାୟକ ତଥା ରାଜ୍ୟସରକାରଙ୍କ ଉପମୁଖ୍ୟ ସଚେତକ ଇଂ ରୋହିତ କୁମାର ପୂଜାରୀ ଲୋକାର୍ପଣ କରିଥିଲେ।

ଏହି ଲୋକାର୍ପଣରେ ନିର୍ବାହୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ପଟ୍ଟନାୟକ , ନାକଟିଦେଉଳ ପଂଚାୟତ ସମିତିର ଅଧ୍ୟକ୍ଷା ମନ୍ଦାକିନୀ ରାଉଳ, ବିଜେଡି ବ୍ଲକ୍ ସଭାପତି ମୂଳିଆ ରାଉଳ, ତଥା ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Leave A Reply

Your email address will not be published.