ପ୍ରଧାନପାଲି ଛକରୁ ୧୦ କେଜି ଗଞ୍ଜେଇ ଜବତ: ୨ ବାଇକ୍ ସହ ୪ ଜଣ ଗିରଫ

0 2

ରେଢାଖୋଲ ସ୍ୱତନ୍ତ୍ର ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ  ଚାରମାଳ ପୋଲିସ ଯାନବାହାନ ଯାଂଚ କରୁଥିବା ବେଳେ ପ୍ରଧାନପାଲି ଛକରୁ ଦୁଇଟି ମୋଟର ସାଇକେଲରୁ ୧୦ କେଜି ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି।

ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତ କାଲି ସଂନ୍ଧ୍ୟା ସମୟରେ ଚାରମାଳ ଥାନା ପ୍ରଧାନ ପାଲି ଛକରେ ଚାରମାଳ ପୋଲିସ୍ ଗାଡି ଯାଂଚ କରୁଥିବା ସମୟରେ ବୌଦ୍ଧରୁ ୨ ଟି ମୋଟର ସାଇକେଲ ସମ୍ବଲପୁର ପଟକୁ ଯାଉଥିବା ବେଳେ ପୋଲିସ୍ ଗଞ୍ଜେଇ ଥିବାର ଜାଣିବାକୁ ପାଇ ବାଇକ ଦୁଇଟିକୁ ଅଟକାଇଥିଲା। ଯାଂଚ ବେଳେ ଦୁଇଟି ବ୍ୟାଗରୁ ୧୦ କେଜି ଗଞ୍ଜେଇ ଜବତ କରିଥିଲା ଚାରମାଳ ପୋଲିସ୍। ଦୁଇଟି ମୋଟରସାଇକେଲ ମଧ୍ୟରୁ ହୋଣ୍ଡାସାଇନ୍ ର ଗାଡି ନଂ ଓଡି-୧୯କେ-୬୬୦୧ ଏବଂ ବାଜାଜ୍ ସିଟି୧୦୦ ବାଇକର ଗାଡି ନଂ ନ ଥିବା ଚାରମାଳ ପୋଲିସ୍ ପ୍ରକାଶ କରିଛି। ସେମାନଙ୍କ ପାଖରୁ ଚାରୋଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରିଛି।

ଗିରଫ ବେପାରୀ ମାନେ ହେଲେ ଛତିଶ୍‌ଗଡ ରାଜ୍ୟ ତୁମଳା ଥାନା ଗଞିଆଡି ଗ୍ରାମର ଡିଲେଶ୍ୱର ରାମ ଯାଦବ, ତୁମଲା ଥାନା କୁଟେସେରା ଗ୍ରାମର କେଦାର ନାଥ ଯାଦବ, ବୌଦ୍ଧ ଜିଲ୍ଲା ଦେବନ୍ଧ ଗ୍ରାମର ପ୍ରଶନ୍ନ ନାଏକ ଏବଂ ବୌଦ୍ଧ ଜିଲ୍ଲା ମଥୁରା ଗ୍ରାମର ତପନ କୁମାର ବାଘକୁ ଚାରମାଳ ଥାନା କେସ୍ ନଂ ୧୭ ତା ୧୧/୨/୨୦୨୧ ୟୁ/ଏସ୍‌-୨୦(ବି)(ଆଇଆଇ)(ବି)୨୯ ଏନ୍‌ଡିପିଏସ୍ ଧାରା ୧୯୮୫ ରେ ଗିରଫ କରିଛି। ଆସନ୍ତା କାଲି ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଚାରମାଳ ଥାନାଧିକାରୀ ବସନ୍ତ ଦଳେଇ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.