ବିଜୟ ହଜାରେ ଟ୍ରଫି। ଓଡ଼ିଶା ଦଳରେ ଝାରସୁଗୁଡ଼ା ଜିଲ୍ଲାର ଦୁଇଜଣ ଖେଳାଳିଙ୍କୁ ମିଳିଲା ସ୍ଥାନ। 

0 2

 

ଝାରସୁଗୁଡ଼ା :(ସୁଭାଷ ସହାରେ) ଓଡ଼ିଶା ଦଳରେ ଝାରସୁଗୁଡ଼ା ଜିଲ୍ଲାର ଦୁଇଜଣ ଖେଳାଳିଙ୍କୁ ଖେଳିବା ପାଇଁ ଚୟନ କରାଯାଇଛି। ଆଗାମୀ ୨୦ ତାରିଖରୁ ବେଙ୍ଗାଲୁରୁରେ ଅନୁଷ୍ଠିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ଯାଉଥିବା ଏହି ଖେଳାଳୀମାନଙ୍କ ଚୟନ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। 

ସୂଚନାଯୋଗ୍ୟ ଯେ ଓଡ଼ିଶା ଦଳରେ ପ୍ରତିନିଧିତ୍ଵ କରି ପୂର୍ବରୁ ଝାରସୁଗୁଡ଼ା ଜିଲ୍ଲା ପାଇଁ ଗୌରବ ଆଣିଥିବା ଏହି ଦୁଇ ଖେଳାଳି  ଝାରସୁଗୁଡ଼ାର ଅଙ୍କିତ ଯାଦବ ଓ ଦେହେରଢିପାର ତରଣୀ ସା ଆଗାମୀ ବିଜୟ ହଜାରେ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ଦଳକୁ ପ୍ରତିନିଧିତ୍ବ କରିବେ। ପୂର୍ବରୁ ଉଚ୍ଚକୋଟୀର ଖେଳ ପ୍ରଦର୍ଶନ କରି ଉଭୟେ ଏହି ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଣ୍ଟରେ ଭାଗ ନେବାକୁ ସୁଯୋଗ ପାଇଛନ୍ତି। ତେଣୁ ଝାରସୁଗୁଡ଼ା ଜିଲ୍ଲାର ସମସ୍ତ ଖେଳପ୍ରେମୀ, ବନ୍ଧୁବାନ୍ଧବ ତଥା ସଂପର୍କୀୟ ସେମାନଙ୍କ ଉଜ୍ଜଳ ଭବିଷ୍ୟତ ଓ ଉନ୍ନତ ଖେଳ ପ୍ରଦର୍ଶନ ପାଇଁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Leave A Reply

Your email address will not be published.